୪୩ଦିନ ଧରି ଦୈନିକ ସଂକ୍ରମଣଠାରୁ ଆରୋଗ୍ୟ ସଂଖ୍ୟା ଅଧିକ

୭୨ଘଣ୍ଟାରେ ୨କୋଟିରୁ ଅଧିକଙ୍କୁ ଟିକାକରଣ

ନୂଆଦିଲ୍ଲୀ : ଦେଶରେ ୫୧,୬୬୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ଦୈନିକ ସଂକ୍ରମଣ ୫୪,୦୬୯ ଥିଲା। ଗତକାଲି ତୁଳନାରେ ଆଜି ସଂକ୍ରମଣ ୪.୪ ପ୍ରତିଶତ ହ୍ରାସ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୦୧,୩୪,୪୪୫କୁ ବୃଦ୍ଧି ପାଇଛି। ଲଗାତାର ୪୩ ଦିନ ଧରି ଦୈନିକ ଆରୋଗ୍ୟଙ୍କ ସଂଖ୍ୟା ଦୈନିକ ସଂକ୍ରମଣ ମାମଲାଠାରୁ ଅଧିକ ରହୁଛି। ଏଯାବତ୍‌ ଦେଶରେ ୨,୯୧,୨୮,୨୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଗତ ୨୪ ଘଣ୍ଟାରେ ୧୩୨୯ ଜଣଙ୍କ ମୃତ୍ୟୁ ‌ହୋଇଛି। ମୋଟ୍‌ ମୃତ୍ୟୁସଂଖ୍ୟା ୩.୯୩ ଲକ୍ଷ ପହଞ୍ଚିଛି। ଟେଷ୍ଟ୍‌ ପଜିଟିଭ୍‌ ହାର ଲଗାତାର ୧୮ ଦିନ ଧରି ୫ ପ୍ରତିଶତରୁ କମ୍‌ ରହୁଛି। ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ୧୪,୧୮୯ କମିଛି। ମୋଟ୍‌ ସକ୍ରିୟ ମାମଲା ଏବେ ଦେଶରେ ୬,୧୨,୮୬୮ ରହିଛି। କେରଳ, ମହାରାଷ୍ଟ୍ର ଏବଂ ତାମିଲନାଡ଼ୁରେ ଦୈନିକ ସଂକ୍ରମଣ ଅଧିକ ରହିଛି। କେରଳରେ ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୨,୦୭୮ ଥିବାବେଳେ ମହାରାଷ୍ଟ୍ରରେ ୯,୮୪୪ ଏବଂ ତାମିଲନାଡ଼ୁରେ ଦୈନିକ ସଂକ୍ରମଣ ୬,୧୬୨ ରହିଛି। ଦେଶରେ ନୂଆ ଟିକା ନୀତି ଲାଗୁ ‌ହେବାର ପ୍ରଥମ ୭୨ ଘଣ୍ଟାରେ ୨ କୋଟିରୁ ଅଧିକଙ୍କୁ ଟିକା ଦିଆଯାଇଛି। ତେବେ ଜାନୁଆରିରେ ଟିକାକରଣ ଆରମ୍ଭ ହେବା ପରଠାରୁ ଏଯାବତ୍‌ ଦେଶରେ ମୋଟ୍‌ ୩୦.୭୯ କୋଟି ଟିକା ଡୋଜ୍‌ ଦିଆଯାଇଛି।

ସମ୍ବନ୍ଧିତ ଖବର