୨୦୨୫ ସୁଦ୍ଧା ଟାଟାର ହୋଟେଲ ସଂଖ୍ୟା ୩୦୦ରେ ପହଞ୍ଚିବ

ନୂଆଦିଲ୍ଲୀ : ଟାଟା ଗ୍ରୁପ୍ କମ୍ପାନି ଇଣ୍ଡିଆନ୍ ହୋଟେଲ୍ସ କମ୍ପାନି ଲିମିଟେଡର ହୋଟେଲ ସଂଖ୍ୟା ଆସନ୍ତା ୨୦୨୫ ମସିହା ସୁଦ୍ଧା ୩୦୦ରେ ପହଞ୍ଚିବ। ବର୍ତ୍ତମାନ କମ୍ପାନିର ୨୪୨ଟି ହୋଟେଲ ରହିଛି। ଏଥିରୁ ୬୧ଟି ନିର୍ମାଣ ଚାଲିଛି। ଟାଟାର ହୋଟେଲ ଗୁଡ଼ିକ ମଧ୍ୟରେ ତାଜ୍‌, ସେଲେକ୍ୟୁସନ, ଭିଭାନ୍ତା, ଜିଙ୍ଗର ଆଦି ରହିଛି। ଏହି ହୋଟେଲ ଗୁଡ଼ିକର ମୋଟ କୋଠରୀ ସଂଖ୍ୟା ୨୯,୦୦୦ ରହିଛି।

ଆହ୍ବାନ ୨୦୨୫ ରଣନୀତି ଅନୁଯାୟୀ ଇଣ୍ଡିଆ ହୋଟେଲ କମ୍ପାନି ଲିମିଟେଡ ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସମେତ ଅନ୍ୟାନ୍ୟ ସ୍ଥାନରେ ହୋଟେଲ ଖୋଲିବ। ଗତ ୨ ବର୍ଷ ମଧ୍ୟରେ କମ୍ପାନି ପ୍ରତିମାସରେ ଦୁଇଟି ହୋଟେଲ ଖୋଲିବା ପାଇଁ ରାଜିନାମା କରିଛି ‌ବୋଲି ଇଣ୍ଡିଆନ ହୋଟେଲ କମ୍ପାନି ଲିମିଟେଡର ଏମଡି ତଥା ସିଇଓ ପୁନୀତ ଛଟୱାଲ କହିଛନ୍ତି। ସଂପ୍ରସାରଣ ଯୋଜନାରେ କମ୍ପାନି ଏହାର ତାଜ୍‌ ହୋଟେଲ ସଂଖ୍ୟାକୁ ୧୦୦ରେ ପହଞ୍ଚାଇବ। ବର୍ତ୍ତମାନ ଏହି ହୋଟେଲ ସଂଖ୍ୟା ୮୯ରେ ରହିଛି। ଭାରତ ବାହାରେ କମ୍ପାନି ଦୁବାଇରେ ଚତୁର୍ଥ ଏବଂ ମକ୍କାରେ ଗୋଟିଏ ତାଜ୍ ହୋଟେଲ ନିର୍ମାଣ ଯୋଜନା ରଖିଛି।

ସମ୍ବନ୍ଧିତ ଖବର