ନମ୍ବରପ୍ଲେଟ୍‌ ବାଧ୍ୟତାମୂଳକ ହେବ

ନୂଆଦିଲ୍ଲୀ : ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳ ଏବଂ ଉପରାଜ୍ୟପାଳଙ୍କ ଗାଡ଼ିରେ ଖୁବ୍‌ଶୀଘ୍ର ନମ୍ବରପ୍ଲେଟ୍‌ ବାଧ୍ୟତାମୂଳକ ହେବ। ଦିଲ୍ଲୀ ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଭାରତର ଶ୍ରେଷ୍ଠ ସାମ୍ବିଧାନିକ କର୍ତ୍ତୃପକ୍ଷ ତଥା ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳ ଏବଂ ଉପରାଜ୍ୟପାଳଙ୍କ ଗାଡ଼ିର ଖୁବ୍‌ଶୀଘ୍ର ପଞ୍ଜୀକରଣ କରାଯିବ। ଦେଶର ସର୍ବୋଚ୍ଚ ଆସନରେ ଥିବା ଏହି ସାମ୍ବିଧାନିକ କର୍ତ୍ତୃପକ୍ଷମାନଙ୍କ ଗାଡ଼ିରେ ଏବେ କୌଣସି ନମ୍ବର ପ୍ଲେଟ୍‌ ନାହିଁ।

ସମ୍ବନ୍ଧିତ ଖବର