ନନ୍‌ ଦୁଷ୍କର୍ମ ମାମଲା: ବିସପ୍‌ ଫ୍ରାଙ୍କୋ ମୁଲାକ୍କଲଙ୍କ ଜାମିନ ମଞ୍ଜୁର କଲେ କେରଳ ହାଇକୋର୍ଟ

କୋଚି: କୋଟ୍ଟାୟାମ୍‌ର ଏକ କନ୍‌ଭେଣ୍ଟ୍‌ରେ ଜଣେ ବରିଷ୍ଠ ନନ୍‌ଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ସେପ୍ଟେମ୍ବର ୨୧ ତାରିଖ ଦିନ ଗିରଫ ହୋଇଥିବା ବିସପ୍‌ ଫ୍ରାଙ୍କୋ ମୁଲାକ୍କଙ୍କୁ ସୋମବାର ଦିନ କେରଳ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଅକ୍ଟୋବର ୩ ତାରିଖ ଦିନ ତାଙ୍କର ପ୍ରଥମ ଜାମିନ ଆବେଦନ ଖାରଜ ହୋଇ ଯାଇଥିଲା।

ସେ କେରଳରେ ପ୍ରବେଶ କରିବେ ନାହିଁ, ନିଜ ପାସପୋର୍ଟ ଦାଖଲ କରିବେ ଏବଂ ପ୍ରତି ଦୁଇ ସପ୍ତାହରେ ଥରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବେ ବୋଲି ଅଦାଲତ ସର୍ତ୍ତ ରଖିଛନ୍ତି।

ବିସପ୍‌ଙ୍କ ନିମନ୍ତେ ଦ୍ୱିତୀୟ ଥର ଲାଗି ଜାମିନ ଆବେଦନ ବେଳେ ବରିଷ୍ଠ କାଉନ୍‌ସେଲ୍‌ ପି ବିଜୟଭାନୁ ଯୁକ୍ତି ବାଢ଼ିଥିଲେ ଯେ ଯେଉଁ ପରିସ୍ଥିତିରେ ତାଙ୍କର ପ୍ରଥମ ଜାମିନ ଆବେଦନ ଖାରଜ ହୋଇଥିଲା ଏବେ ତାହା ନାହିଁ।

ଜାମିନ ଆବେଦନରେ ବିସପ୍‌ ଲେଖିଥିଲେ ଯେ ସେ ଆଉ ଜଳନ୍ଧର ଡାଇଓସେସ୍‌ର ଦାୟିତ୍ୱରେ ନାହାନ୍ତି, ତେଣୁ ସାକ୍ଷୀଙ୍କୁ ପ୍ରଭାବିତ କରିବା ଭଳି କ୍ଷମତା ତାଙ୍କର ନାହିଁ। ତା’ଛଡ଼ା ସାକ୍ଷୀମାନଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ମଧ୍ୟରେ ରଖାଯାଇଛି।

ସମ୍ବନ୍ଧିତ ଖବର