କ୍ଷମା ମାଗିଲେ ବିଜେପିରୁ ନିଲମ୍ବିତ ନୂପୁର ଶର୍ମା

ନୂଆଦିଲ୍ଲୀ :  ଇସଲାମ ବିରୋଧୀ ମନ୍ତବ୍ୟ ପାଇଁ ବିଜେପିରୁ ନିଲମ୍ବିତ ହୋଇଥିବା ଦଳୀୟ ମୁଖପାତ୍ର ନୂପୁର ଶର୍ମା ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ବିଗତ କିଛି ଦିନ ହେଲା ମହାଦେବଙ୍କୁ ନେଇ ବିଭିନ୍ନ ଅପମାନଜନକ କଥା କୁହାଯାଇଥିଲା । ଏହାର ଜବାବରେ ସେ କେତେକ କଥା କହିଥିଲେ । ଏହା ଦ୍ବାରା ଯଦି କାହାର ଧାର୍ମିକ ଭାବାବେଗକୁ ଆଘାତ ପହଞ୍ଚିଥାଏ ସେଥିପାଇଁ ସେ ନିଜୟ ବୟାନକୁ ପ୍ରତ୍ୟାହାର କରୁଛନ୍ତି ଓ  ନିଃସର୍ତ୍ତ କ୍ଷମା ମାଗୁଛନ୍ତି ।

ସୂଚନାଯୋଗ୍ୟ ଯେ, ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ଇସଲାମ ବିରୋଧୀ ମନ୍ତବ୍ୟ ଧୀରେ ଧୀରେ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ହେବାରେ ଲାଗିଛି । ଆଜି କାତାରର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡକାଇ ଏହି ପ୍ରସଙ୍ଗରେ ଅସନ୍ତୋଷ ପ୍ରକଟ କରାଯାଇଛି । ବିଜେପି ସଦସ୍ୟଙ୍କ ଇସଲାମ ବିରୋଧୀ ମନ୍ତବ୍ୟକୁ କାତାର ନିନ୍ଦା କରୁଛି । ଏପରି ବ୍ୟକ୍ତିଙ୍କୁ ଦଣ୍ଡ ନ ଦେଲେ ତାହା ସମାଜରେ ହିଂସାକୁ ପ୍ରେତ୍ସାହିତ କରିବ । ମାନବ ଅଧିକାରର ସୁରକ୍ଷା ଦିଗରେ ବି ଏହା ବିପଦ ସୃଷ୍ଟି କରିବ । ସେହିପରି କୁଏତ ପକ୍ଷରୁ ମଧ୍ୟ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡକାଇ ପ୍ରତିବାଦ କରାଯାଇଛି ।

ଅନ୍ୟପକ୍ଷରେ ନୂପୁରଙ୍କ ଇସଲାମ ବିରୋଧୀ ମନ୍ତବ୍ୟ ବିରୋଧରେ ସାଉଦି ଆରବ ଓ ୟୁଏଇରେ ଅସନ୍ତୋଷ ଦେଖାଦେଇଛି । ଏହାର ପ୍ରତିବାଦରେ ଲୋକମାନେ ବିଭିନ୍ନ ସୁପରମାର୍କେଟରେ ଥିବା ଭାରତୀୟ ଉତ୍ପାଦର ବହିଷ୍କାର କରିଛନ୍ତି ।

ସମ୍ବନ୍ଧିତ ଖବର