କେନ୍ଦ୍ରମନ୍ତ୍ରୀଙ୍କ ଭଉଣୀ ବିବାହ ଭୋଜିରେ ପ୍ରଧାନମନ୍ତ୍ରୀଙ୍କ ସମେତ ପହଞ୍ଚିଥିଲେ ଏହି ସବୁ ମାନ୍ୟଗଣ୍ୟ ବ୍ୟକ୍ତି

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀଙ୍କ ଭଉଣୀ ବିବାହରେ ବଡ଼ବଡ଼ ରାଜନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ନିମନ୍ତ୍ରଣ ରକ୍ଷା କରି ପହଞ୍ଚିଥିଲେ।  ରାଜଧାନୀ ନୂଆଦିଲ୍ଲୀରେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ରାଜ୍ୟ ମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ବଙ୍ଗଳାରେ ସାନ ଭଉଣୀର ରିସେପସନ ପାଇଁ ବଡ଼ ଭୋଜିର ଆୟୋଜନ କରାଯାଇଥିଲା।

ମାର୍ଚ୍ଚ ୧୬ରେ ଅନୁପ୍ରିୟା ପଟେଲ ତାଙ୍କ ଭଉଣୀ ପାଇଁ ରିସେପସନ ଭୋଜି ତଥା ଆର୍ଶୀବାଦ ସମାରୋହର ଆୟୋଜନ କରିଥିବା କଥା କହିଥିଲେ। ଏଥିରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଲୋକସଭା ଅଧ୍ୟକ୍ଷ ସାମିଲ ହୋଇଥିଲେ।

ଅମନ ଓ ସମୀରଙ୍କ ବିବାହ ପରେ ଆୟ‌ୋଜିତ ଆର୍ଶୀବାଦ ସମାରୋହରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ସାମିଲ ହେବାକୁ ପହଞ୍ଚିଥ‌ିଲେ। ଏଥିସହିତ ଏନସିପି ସୁପ୍ରିମୋ ଶରଦ ପୱାର ଝିଅ ସୁପ୍ରିୟା ସୁଲେଙ୍କ ସହିତ ପହଞ୍ଚି ନବବିବାହିତଙ୍କୁ ସୁଖ ଦାମ୍ପତ୍ୟ ଜୀବନର ଶୁଭକାମନା ଜଣାଇଥିଲେ। ଏହି ସମୟରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିହ ବି ପହଞ୍ଚିଥିଲେ।

ଅମନ ଓ ସମୀରଙ୍କୁ ତାଙ୍କ ବୈବ‌ାହିକ ଜୀବନର ଶୁଭକାମନା ଜଣାଇବା ପାଇଁ ଆହୁରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ଏଥିସହିତ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବି ଯୋଗ ଦେଇଥିଲେ।

ସବୁଠାରୁ ସାନ ଭଉଣୀ ଅମନ ପଟେଲଙ୍କ ବିବାହ ହୋଇଥିବା ଖବର ଅନୁପ୍ରିୟା ପଟେଲ ନିଜେ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ସେୟାର କରିଥିଲେ। ଏଥିରେ କିଛି ଫଟୋ ବି ଅମନ ଓ ସମୀରଙ୍କ ପୋଷ୍ଟ କରିଥିଲେ।

ତେବେ ଏହି ବିବାହ ଉତ୍ସବରେ ଅନୁପ୍ରିୟା ପଟେଲଙ୍କ ମା’ ଓ ଭଉଣୀ ଅନୁପସ୍ଥିତ ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର