ଉଦୟପୁର: ପ୍ରଫେଟ ମହମ୍ମଦଙ୍କ ବାବଦରେ ବିବାଦୀୟ ଟିପ୍ପଣୀ ଦେଇ ବିଜେପିରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିବା ଏବେ ମହଙ୍ଗା ସାବ୍ୟସ୍ତ ହୋଇଛି | ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଯୁବକଙ୍କୁ ଆଜି ଦିନ ଦ୍ଵିପ୍ରହରରେ ଦୁଇ ଜଣ ଦୁର୍ବୃତ୍ତ ହତ୍ୟା କରିଛନ୍ତି | ରାଜସ୍ଥାନର ଉଦୟପୁରରୁ ଏହି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ୧୦ ଦିନ ପୂର୍ବେ ରାଜସ୍ଥାନର ଉଦୟପୁରରେ ନୂପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏହି ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି | ଆକ୍ରମଣକାରୀମାନେ ଆଜି ଦିନ ଦ୍ଵିପ୍ରହରରେ ଉକ୍ତ ଯୁବକଙ୍କ ଦୋକାନରେ ପଶି ଖଣ୍ଡାରେ ତାଙ୍କ ଗଳା କାଟି ଦେଇଥିଲେ। ଏହି ପୁରା ଆକ୍ରମଣର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
/sambad/media/post_attachments/16c5dfe6f3d2846312c849f93a21e25a5543b901866e49cee75ba87c0c51f7fb.jpg)
କେବଳ ଏତିକି ନୁହେଁ, ଏହି ଘଟଣା ପରେ ଅଭିଯୁକ୍ତମାନେ ସୋସିଆଲ ମିଡିଆରେ ପୋଷ୍ଟ କରି ହତ୍ୟା ପାଇଁ ନିଜକୁ ଦାୟୀ ବୋଲି ଦାବି କରିଛନ୍ତି। ସୂଚନା ମୁତାବକ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନାମ କହ୍ନେୟାଲାଲ ତେଲି (୪୦) ହୋଇଥିବାବେଳେ ଧନମାଣ୍ଡିରେ ତାଙ୍କର ସୁପ୍ରିମ ଟେଲର୍ସ ନାମକ ଏକ ଦୋକାନ ଅଛି | ମଙ୍ଗଳବାର ଅପରାହ୍ନ ପ୍ରାୟ ୨.୩୦ ସମୟରେ ଏକ ବାଇକରେ ଦୁଇଜଣ ତାଙ୍କ ଦୋକାନକୁ ଆସିଥିଲେ। ସାର୍ଟ ମାପ କରିବାର ବାହାନା କରି ଦୋକାନରେ ପ୍ରବେଶ କରିଥିଲେ | ଆଉ କହ୍ନେୟାଲାଲ କିଛି ବୁଝିବା ଆଗରୁ ତାଙ୍କୁ ଏକ ଖଣ୍ଡା ମାଧ୍ୟମରେ ଆକ୍ରମଣ କରିଥିଲେ |
ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି | ବର୍ତ୍ତମାନ ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ଛାନଭିନ କରୁଛନ୍ତି । କୁହାଯାଉଛି ଯେ କିଛି ଦିନ ପୂର୍ବେ ମୃତ କହ୍ନେୟାଲାଲ ସୋସିଆଲ ମିଡିଆରେ ନୂପୁର ଶର୍ମାଙ୍କୁ ନେଇ ଏକ ପୋଷ୍ଟ ସେୟାର କରିଥିଲେ। ଯେଉଁ କାରଣରୁ ମୁସଲମାନ ସମାଜର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା | ଆଉ ତାଙ୍କୁ ହତ୍ୟା କରିବାକୁ କିଛି ଲୋକ ଧମକ ଦେଇଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/24ce6954-4254-499a-8536-9bdbdbf259d7.jpg)