କର୍ଣ୍ଣାଟକରେ ନୂପୁର ଶର୍ମାଙ୍କ ପୁତ୍ତଳିକାକୁ ଫାଶୀ; ଏଇଟା ଏକବିଂଶ ଶତାବ୍ଦୀର ଭାରତ ବୋଲି ବିଶ୍ବାସ ହେଉନି: ଭେଙ୍କଟେଶ ପ୍ରସାଦ

ନୂଆଦିଲ୍ଲୀ: କର୍ଣ୍ଣାଟକର ବେଲଗାୱିସ୍ଥିତ ଗୋଟାଏ ମସ୍‌ଜିଦ୍‌ ଆଗରେ ନିଲମ୍ବିତା ବିଜେପି ରାଜନେତ୍ରୀ ନୂପୁର ଶର୍ମାଙ୍କ ପୁତ୍ତଳିକା ଫାଶୀ ଦିଆଯିବା ଘଟଣାରେ ବିସ୍ମିତ ହୋଇ ପୂର୍ବତନ ଭାରତୀୟ କ୍ରିକେଟ୍‌ ଖେଳାଳି ଭେଙ୍କଟେଶ ପ୍ରସାଦ କହିଛନ୍ତି, ଏଇଟା ଏକବିଂଶ ଶତାବ୍ଦୀର ଭାରତ ‌ବୋଲି ବିଶ୍ବାସ ହେଉନାହିଁ।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିନ ବେଲଗାୱିର ଫୋର୍ଟ ରୋଡ୍‌ରେ ନୂପୁର ଶର୍ମାଙ୍କ ପୁତ୍ତଳିକା ଝୁଲୁଥିବା ଲୋକେ ଦେଖିଥିଲେ। ସ୍ଥାନୀୟ ପୁଲିସ କହିବା ଅନୁସାରେ, ସହରର ଫୋର୍ଟ ରୋଡ୍‌ରେ ଟଣାଯାଇଥିବା କେବଲ୍‌ରେ ରାତିରେ ପୁତ୍ତଳିକାଟିକୁ ଫାଶୀ ଦିଆଯିବା ଭଳି ଝୁଲାଇ ଦିଆଯାଇଥିଲା। ସକାଳେ ପୁଲିସ ତାକୁ ଦେଖି ବାହାର କରି ଦେଇଥିଲେ।

Image Courtesy of OpIndia

ଘଟଣା ସଂକ୍ରାନ୍ତରେ ଟୁଇଟ୍ କରି ଭେଙ୍କଟେଶ ପ୍ରସାଦ ଲେଖିଛନ୍ତି: କର୍ଣ୍ଣାଟକରେ ଝୁଲିଥିବା ପୁତ୍ତଳିକାଟି ହେଉଛି ନୂପୁର ଶର୍ମାଙ୍କର। ଏଇଟା ଯେ, ଏକବିଂଶ ଶତାବ୍ଦୀର ଭାରତ, ବିଶ୍ବାସ କରି ହେଉନାହିଁ। ରାଜନୀତିକୁ ଏଡ଼ାଇ ଦେଇ ସ୍ଥିରତା ବଜାୟ ରଖାଯାଉ। ଘଟଣା ଅସହ୍ୟ ହେଲାଣି।

ଏ ସମସ୍ୟା ଉପରେ କାହିଁକି ଲେଖିଛନ୍ତି? ଅନ୍ୟ ସମସ୍ୟା ଓ ଘଟଣାବଳି ଉପରେ ତ କିଛି ଲେଖୁ ନାହାନ୍ତି ବୋଲି କେତେକ ଟୁଇଟର୍‌ ବ୍ୟବହାରକାରୀ ପରେ ପରେ ପ୍ରସାଦଙ୍କୁ ପଚାରିଥିଲେ। ଉକ୍ତ ଟୁଇଟ୍‌ ସବୁର ଉତ୍ତର ଦେଇ ପ୍ରସାଦ ଲେଖଛନ୍ତି: ଉକ୍ତ ଟୁଇଟ୍‌ ପୋଷ୍ଟ୍‌ର ସଂକ୍ରାନ୍ତରେ ଉଠିଥିବା ପ୍ରଶ୍ନ ମଧ୍ୟ ଅବିଶ୍ବସନୀୟ। ଏଇଟା କେବଳ ପୁତ୍ତଳିକା ନୁହେଁ ଜଣେ ବ୍ୟକ୍ତିବିଶେଷଙ୍କଠାରୁ ଅଧିକ କିଛି।

ସମ୍ବନ୍ଧିତ ଖବର