ଥିରୁବନନ୍ତପୁରମ୍‌ : ଗତକାଲି କେରଳର ଲିନି ପୁଥୁସେରୀ ନାମକ ଜଣେ ନର୍ସ ନିପା ରୋଗୀଙ୍କ ଚିକିତ୍ସା କରୁ କରୁ ନିଜର ପ୍ରାଣ ହରାଇଥିଲେ । ପରିବାରଲୋକଙ୍କୁ ଶେଷଥର ପାଇଁ ଦେଖିବାକୁ ସୁଯୋଗ ନ ପାଇଁ ନିଜ ସ୍ୱାମୀଙ୍କ ପାଖକୁ ସେ ଲେଖିଥିବା ଦଃଖଭରା ଚିଠି  ଦେଶବାସୀଙ୍କ ମନରେ ଦୁଃଖର ଛାୟା ଖେଳାଇ ଦେଇଥିଲା । ମୃତ୍ୟୁ ସଙ୍ଗେ ସଙ୍ଗେ ତାଙ୍କୁ ତୁରନ୍ତ ପୋତା ଯାଇଥିବା ବେଳେ ଏବେ ଲିନିଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି କେରଳ ସରକାର ଘୋଷଣା କରିଛନ୍ତି । ଲିନିଙ୍କ ଅକାଳ ବିୟୋଗ ପରେ ତାଙ୍କ ସ୍ୱାମୀଙ୍କ ସରକାରୀ ଚାକିରି ଏବଂ ତାଙ୍କ ପିଲାମାନଙ୍କୁ ୨୦ଲକ୍ଷ ଟଙ୍କା ଦିଆଯିବ ବୋଲି କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ.ସୈଲଜା ଘୋଷଣା କରିଛନ୍ତି ।

Advertisment

publive-image Money Bhaskar

ଏହା ସହ ନିପା ଭାଇରସର ଶିକାର ହୋଇ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ସଂପର୍କିୟମାନଙ୍କୁ ୫ଲକ୍ଷ ଟଙ୍କାଏ କ୍ଷତିପୂରଣ ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଭୂତାଣୁର ସଂକ୍ରମଣ ଧୀରେ ଧୀରେ ବଢ଼ୁଥିବାରୁ ମାଲାପୁରମ୍‌ ଜିଲ୍ଲାରେ ଥିବା ସବୁ ଅଙ୍ଗନଓ୍ଵାଡ଼ି କେନ୍ଦ୍ରକୁ କିଛି ଦିନ ପାଇଁ ବନ୍ଦ ରଖାଯିବ ବୋଲି ଜଣାପଡ଼ିଛି ।  ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗରେ ୧୦ଜଣ ପ୍ରାଣ ହରାଇଥିବା ବେଳ ଏହାର ସଂଖ୍ୟା ଆଗକୁ ବଢ଼ିବ ବୋଲି ଆଶଙ୍କା କରାଯାଉଛି ।