ଅଷ୍ଟ୍ରେଲିଆରେ ମହିଳାଙ୍କୁ ହତ୍ୟା କରିଥିବା ନର୍ସ ଦିଲ୍ଲୀରୁ ଗିରଫ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଜଣେ ମହିଳାଙ୍କୁ ହତ୍ୟା କରିଥିବା ଭାରତୀୟ ବଂଶୋଦ୍ଭବ ନର୍ସ ରାଜୱିନ୍ଦର ସିଂହଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। ୨୦୧୮ ମସିହାରେ କ୍ବିନ୍ସଲାଣ୍ଡରେ ଅଷ୍ଟ୍ରେଲୀୟ ମହିଳାଙ୍କୁ ଅଭିଯୁକ୍ତ ରାଜୱିନ୍ଦର ସିଂହ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ହତ୍ୟା ଅଭିଯୋଗରେ ରାଜୱିନ୍ଦରଙ୍କୁ ପୁଲିସ ଖୋଜୁଥିଲା ଏବଂ ତାଙ୍କୁ ଧରାଇଦେଲେ ୧୦ ଲକ୍ଷ ଡଲାର ପୁରସ୍କାର ରାଶି ଦିଆଯିବ ବୋଲି କ୍ବିନ୍ସଲାଣ୍ଡ ପୁଲିସ ଘୋଷଣା କରିଥିଲା। ଅଷ୍ଟ୍ରେଲିଆ ଫେଡେରାଲ ପୁଲିସ ଏବଂ କ୍ବିନ୍ସଲାଣ୍ଡ ପୁଲିସ ସର୍ଭିସ ଭାରତୀୟ ପୁଲିସ ସହଯୋଗରେ ଏହି ସଫଳତା ହାସଲ କରିଛି। ତୋୟା କଡିଂଲି ନାମ୍ନୀ ୨୪ ବର୍ଷୀୟା ମହିଳା ବେଳାଭୂମିକୁ କୁକୁର ସହିତ ଚାଲିବାକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା କରିବା ପରେ ଅଭିଯୁକ୍ତ ଅଷ୍ଟ୍ରେଲିଆରେ ତା’ଙ୍କ ପତ୍ନୀ ଓ ୩ ପିଲାଙ୍କୁ ଛାଡ଼ି ଭାରତ ପଳାଇ ଆସିଥିଲେ।

ସମ୍ବନ୍ଧିତ ଖବର