ନୁସରତ ୟଶଙ୍କ ସହ ଏକ ଫଟୋ ସେୟାର କରି ମାଗିଲେ ଆଶୀର୍ବାଦ

ନୂଆଦିଲ୍ଳୀ: ପଶ୍ଚିମବଙ୍ଗର ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତଙ୍କର ନିଖିଲ ଜୈନଙ୍କ ସହିତ ବିବାହ ଭାରତରେ ବେଆଇନ ଘୋଷଣା ହେବା ପରେ, ସେ ପୁଣିଥରେ ୟଶ ଦାସଗୁପ୍ତାଙ୍କ ସହ ତାଙ୍କର କିଛି ଫଟୋ ସେୟାର କରିଛନ୍ତି ।

ଯେଉଁଥିରେ ଉଭୟେ ଖୁବ ଖୁସିଥିବା ଦେଖିବାକୁ ମିଳୁଛି। ନୁସରତ ନିକଟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପୁଅକୁ ଜନ୍ମ ଦେବା ପରେ ନୁସରତ ୟଶ ଦାସଗୁପ୍ତଙ୍କ ସହ ବହୁତ ସମୟ ବିତାଉଥିବା ଦେଖିବାକୁ ମିଳିଛି। ଜନ୍ମଦିନ ପାର୍ଟି, ହେଉ କି କାଶ୍ମୀରରେ ଛୁଟି କାଟିବା ଠାରୁ ଆରମ୍ଭ କରି ଦୀପାବଳିର ଫଟୋ ସେୟାର କରିଛନ୍ତି।

 

View this post on Instagram

 

A post shared by Nusrat (@nusratchirps)

ନିକଟରେ ନୁସରତ ୟଶଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଲେଖିଛନ୍ତି କି – ‘ଆମକୁ ଆଶୀର୍ବାଦ କରନ୍ତୁ’। ତେବେ ନୁସରତ କାହିଁକି ଆଶୀର୍ବାଦ ଲୋଡିଛନ୍ତି  ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର