ମୌଲବୀଙ୍କୁ ନୁସ୍‌ରତଙ୍କ ଜବାବ: ଯିଏ ମୋତେ ଧର୍ମ ଦେଇ ନାହାନ୍ତି, ତାଙ୍କର ଧର୍ମ ପରିବର୍ତ୍ତନ ପାଇଁ କହିବାର କୌଣସି ଅଧିକାର ନାହିଁ

କୋଲକାତା : ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ନୁସରତ ଜହାଁ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ଦୁର୍ଗା ଅଷ୍ଟମୀ ଅବସରରେ ସେ ନିଜ ସ୍ୱାମୀ ନିଖିଲ୍‌ ଜୈନ୍‌ଙ୍କ ସହ ମିଶି କୋଲକାତାରେ ମାଆ ଦୁର୍ଗାଙ୍କୁ ଭକ୍ତି ଭାବରେ ପୂଜା କରିଥିଲେ। କିନ୍ତୁ ନୁସ୍‌ରତଙ୍କ ଏଭଳି ହିନ୍ଦୁ ଦେବୀଙ୍କୁ ପୂଜା କରିବା ମୌଲବୀଙ୍କୁ ପସନ୍ଦ ଆସି ନଥିଲା । ଯାହା ପାଇଁ ସେ ନୁସ୍‌ରତଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ କହିଥିଲେ । ଏବେ ନୁସ୍‌ରତ ମୌଲବୀଙ୍କ ପ୍ରତିକ୍ରିୟାର ଜବାବ ରଖିଛନ୍ତି ।

ନୁସ୍‌ରତଙ୍କ କହିବା ଅନୁଯାୟୀ, ଯିଏ ମୋତେ ନାଁ ବା ଧର୍ମ ଦେଇ ନାହିଁ, ତାଙ୍କୁ ମୋତେ ମୋର ନାଁ ବା ଧର୍ମ ପରିବର୍ତ୍ତନ କରିବା ପାଇଁ କହିବାର କୌଣସି ଅଧିକାର ନାହିଁ । ମୁଁ ନିଜ ହିସାବରେ ସବୁ ଧର୍ମ ମଧ୍ୟରେ ସାମଞ୍ଜ୍ୟସ ରକ୍ଷା କରିବାକୁ ଚେଷ୍ଟା କରେ । ପଶ୍ଚିମବଙ୍ଗଳ ମୋର ଜନ୍ମ ଓ ମୁଁ ଏଠାରେ ବଢ଼ିଛି । ମୋ ହିସାବରେ ମୁଁ ସଂସ୍କୃତି ଓ ପରମ୍ପରାକୁ ପାଳନ କରି ଠିକ୍‌ କରୁଛି ।

Image result for nusrat-jahan-responds-cleric-calling
India Today

ସୂଚନା ମୁତାବକ, ନୁସ୍‌ରତଙ୍କ ମା’ ଦୁର୍ଗାଙ୍କୁ ପୂଜା କରିବା ଦେଖି ମୌଲବୀ କହିଥିଲେ ଯେ, ‘ନୁସରତ ଏପରି ପ୍ରଥମ ଥର କରିନାହାନ୍ତି। ସେ ପୂର୍ବରୁ ଏପରି କାର୍ଯ୍ୟକ୍ରମରେ ନଜର ଆସିଛନ୍ତି। ଇସ୍‌ଲାମ ଧର୍ମ ଆଲ୍ଲାଙ୍କ ବ୍ୟତୀତ ଆଉ କାହାକୁ ପୂଜା କରିବାକୁ ଅନୁମତି ଦିଏ ନାହିଁ। ସେ ତାଙ୍କର ନାମ ଓ ଧର୍ମ ପରିବର୍ତ୍ତନ କରିବା ଉଚିତ। ସେ ଏମିତିରେ ବି ଅଣ-ମୁସ୍‌ଲମାନଙ୍କୁ ବିବାହ କରି ସାରିଛନ୍ତି। ଇସ୍‌ଲାମକୁ ଏମିତିଆ ଲୋକର ଜମା ବି ଆବଶ୍ୟକତା ନାହିଁ।’

ସମ୍ବନ୍ଧିତ ଖବର