ଏହି ସମସ୍ୟା ପାଇଁ ସଂସଦକୁ ଶାଢ଼ି, ମଙ୍ଗଳସୂତ୍ର ଏବଂ ସିନ୍ଦୁର ପିନ୍ଧି ଆସିଥିଲେ ନୁସ୍‌ରତ, ମାସେ ପରେ କଲେ ଖୁଲାସା

କୋଲକାତା: ତୃଣମୂଳ ସାଂସଦ ଏବଂ ବଙ୍ଗୀୟ ଅଭିନେତ୍ରୀ ନୁସ୍‌ରତ ଜାହାନ ଗତ କିଛି ଦିନ ହେଲାଣି ଚର୍ଚ୍ଚାରେ ରହିଛନ୍ତି । ପ୍ରଥମେ ତୁର୍କୀରେ ବିବାହ କରି ଚର୍ଚ୍ଚାରେ ରହିଥିବା ବେଳେ ପରେ ସଂସଦରେ ସିନ୍ଦୁର, ଶାଢ଼ି ଏବଂ ମଙ୍ଗଳସୂତ୍ର ପିନ୍ଧି ଚର୍ଚ୍ଚାକୁ ଆସିଥିଲେ ନୁସ୍‌ରତ । ତୁର୍କୀରେ ପ୍ରେମିକ ନିଖିଲ ଜୈନ୍‌ଙ୍କ ବିବାହ କରିବା ପରେ ଭାରତ ଫେରି ବିବାହ ଭୋଜି ରଖିଥିଲେ ନୁସ୍‌ରତ । ତେବେ ତାଙ୍କର ସଂସଦରେ ସିନ୍ଦୁର, ଶାଢ଼ି ଏବଂ ମଙ୍ଗଳସୂତ୍ର ପିନ୍ଧିବାକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ଏବେ ସେ ନେଇ ମୁହଁ ଖୋଲିଛନ୍ତି ନୁସ୍‌ରତ ।

amarujala.com

ପ୍ରଥମେ ସେ, ଇସ୍‌ଲାମ ଧର୍ମ ମାନିବା ସହ ସ୍ୱାମୀଙ୍କ ଧର୍ମକୁ ମଧ୍ୟ ପାଳନ କରିବେ ବୋଲି କହିଥିଲେ । କିନ୍ତୁ ଏବେ, ଯଦି ମୁଁ ଧର୍ମକୁ ନେଇ ଭେଦଭାବ କରିଥାନ୍ତି, ତେବେ ଆଜି ଏଠାରେ ପହଞ୍ଚିପାରି ନଥାନ୍ତି । ସଂସଦ ପହଞ୍ଚିବାର ଦୁଇ ଘଣ୍ଟା ପୂର୍ବରୁ ମୋର ଗୃହ ପ୍ରବେଶ ହୋଇଥିଲା । ଯାହା ପାଇଁ ମୁଁ ସିନ୍ଦୁର, ଶାଢ଼ି ଏବଂ ମଙ୍ଗଳସୂତ୍ର ପିନ୍ଧିଥିଲି । ସମୟ ଅଭାବରୁ ମୋତେ ଗୃହ ପ୍ରବେଶ ପରେ ତୁରନ୍ତ ଦିଲ୍ଲୀ ଆସିବାକୁ ପଡ଼ିଥିଲା । ଯାହା ପାଇଁ ମୋତେ ପୁଣି ଥରେ ପ୍ରସ୍ତୁତ ହେବାକୁ ସମୟ ମିଳି ନଥିଲା । ଯାହା ପିନ୍ଧିଥିଲି, ତାହା ପିନ୍ଧି ସଂସଦରେ ପହଞ୍ଚିଥିଲି ବୋଲି କହିଛନ୍ତି ନୁସ୍‌ରତ ।

 

ସମ୍ବନ୍ଧିତ ଖବର