ଷ୍ଟାର ଯୋଡ଼ିଙ୍କ ଭଙ୍ଗା ସମ୍ପର୍କ: ଚାଲିପାରିଲାନି ଦୁଇ ସାଂସଦଙ୍କ ଦାମ୍ପତ୍ୟ ଜୀବନ

ସମ୍ପର୍କ ବିଗିଡ଼ିଲା ଛୁଆ ପାଇଁ!

କୋଲକାତା/କଟକ: ଘର କଳି ଯେବେ ପଦାରେ ପଡେ, ମନାନ୍ତର ଯେବେ ଲୋକଙ୍କ ଆଗକୁ ବାହାରିଆସେ ସେବେ ସମ୍ପର୍କ ବି ଫିକା ପଡ଼ିଯାଏ | ଭଙ୍ଗା ମନ ଅନେକ ଅଭିଯୋଗ ଆଣେ, ଆଉ ଅଭିଯୋଗକୁ ନେଇ ସୃଷ୍ଟି ହୁଏ ନାନା ଖବର | ଓଲିଉଡ଼ର ସୁପରହିଟ ଯୋଡି ଅନୁଭବ-ବର୍ଷାଙ୍କ ଘର କଳି ସହ ଅଦାଲତରେ ମାମଲା ବାବଦରେ ତ ଆପଣ ଜାଣିଥିବେ | କିଭଳି କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ନିଜ ପତ୍ନୀ ବର୍ଷାଙ୍କ ବିରୋଧରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ଓ ବର୍ଷା ବି ଅନୁଭବଙ୍କୁ ନେଇ ପାଲଟା ଅଭିଯୋଗ କରିଥିଲେ | ଏବେ ପଡୋଶୀ ପଶ୍ଚିମବଙ୍ଗରେ ବି ଏମିତି ଜଣେ ଅଭିନେତ୍ରୀରୁ ସାଂସଦ ପାଲଟିଥିବା ଯୋଡ଼ିଙ୍କର ଖବର ଆସିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ଏହି ଯୋଡି ହେଉଛନ୍ତି ନୁସରତ ଜହାଁ ଓ ତାଙ୍କ ସ୍ୱାମୀ ନିଖିଲ ଜୈନ | ତେବେ, ଅନୁଭବ ଓଡ଼ିଶାର କେନ୍ଦ୍ରାପଡା ସାଂସଦ, ନୁସରତ ପଶ୍ଚିମବଙ୍ଗ ବସିରହାଟର ସାଂସଦ |

୨୦୧୯ ଲୋକସଭା ନିର୍ବାଚନରେ ଏ ଦୁହେଁ ପ୍ରଥମ ଥର ସାଂସଦ ଭାବେ ଲୋକସଭାରେ ପାଦ ଥାପିଥିଲେ | ଆଜି ଆମେ ଆପଣଙ୍କୁ ଅଭିନେତ୍ରୀରୂ ସାଂସଦ ପାଲଟିଥିବା ନୁସରତ ଓ ତାଙ୍କ ସ୍ୱାମୀଙ୍କ ବାବଦରେ କହିବୁ ଯେଉଁମାନେ କି ଏବେ ଖୋଲାଖୋଲି ନିଜ ତିକ୍ତ ଦାମ୍ପତ୍ୟ ଜୀବନର ଅନୁଭୂତି ବଖାଣିଛନ୍ତି | ନୁସରତ ଅଭିଯୋଗ କରିଛନ୍ତି ଯେ ତାଙ୍କ ବିବାହ ସମ୍ପୂର୍ଣ୍ଣ ବେଆଇନ | ତୁର୍କୀର ବିବାହ ପଞ୍ଜୀକରଣ ଆଇନ ଅନୁଯାୟୀ ଏହି ବିବାହ ସମ୍ପୂର୍ଣ୍ଣ ଅବୈଧ ବୋଲି ନୁସରତ କହିଛନ୍ତି। ଦୁଇଟି ଭିନ୍ନ ଧର୍ମର ଲୋକଙ୍କ ବିବାହ ଥିଲା, ସେଥିପାଇଁ ଏହାକୁ ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ପଞ୍ଜୀକୃତ ହେବାର ଥିଲା, ଯାହା କେବେ କରାଯାଇ ନଥିଲା। ତେଣୁ ଆଇନ ଅନୁଯାୟୀ ଏହି ବିବାହ ବେଆଇନ | ନୁସରତ କହିଛନ୍ତି ଯେ ଏହା ବିବାହ ନଥିଲା ବରଂ ଲିଭ ଇନ ରିଲେସନସିପ ଭଳି ଥିଲା | ଅନ୍ୟପଟେ ନୁସରତଙ୍କ ସ୍ୱାମୀ ନିଖିଲ କହିଛନ୍ତି ଯେ ଆମେ ତୁର୍କୀ ଯାଇ ୨୦୧୯ ମସିହା ଜୁନ୍ ମାସରେ ବିବାହ କରିଥିଲୁ | ଏହା ପରେ କୋଲକାତା ଫେରିବା ପରେ ରିସେପ୍ସନ୍ ଦିଆଯାଇଥିଲା। ଆମେ ସ୍ୱାମୀ ଏବଂ ସ୍ତ୍ରୀ ପରି ଏକାଠି ରହୁଥିଲୁ | ସମାଜର ଲୋକମାନେ ଆମକୁ କେବଳ ବିବାହିତ ଦମ୍ପତି ଭାବରେ ଜାଣିଥିଲେ | ମୁଁ ତାଙ୍କୁ ସବୁବେଳେ ବିନା ସର୍ତ୍ତରେ ସମର୍ଥନ କରୁଥିଲି, କିନ୍ତୁ ଅଗଷ୍ଟ ୨୦୨୦ ରେ, ଏକ ଚଳଚ୍ଚିତ୍ର ସୁଟିଂ ପରେ ତାଙ୍କ ମନୋଭାବ ବଦଳିବା ଆରମ୍ଭ ହୋଇଥିଲା। ସେ ଅନ୍ୟ ଏକ ଫ୍ଲାଟରେ ରହିବାକୁ ଲାଗିଲେ। ସେବେଠାରୁ ଆମେ କେବେ ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ଏକାଠି ବାସ କରିନାହୁଁ |

‘ନୁସରତଙ୍କ ଛୁଆ ମୋର ନୁହେଁ’: ନୁସରତଙ୍କ ସ୍ୱାମୀ

ବାଂଲାଦେଶୀ ଲେଖକ ତସଲିମା ନସରିନ ଟିଏମସି ସାଂସଦ ନୁସରତ ଜାହାନଙ୍କ ଗର୍ଭଧାରଣ ଏବଂ ତାଙ୍କ ସ୍ୱାମୀଙ୍କ ସମ୍ପର୍କ ବିଷୟରେ ଏକ ଫେସବୁକ ପୋଷ୍ଟ ଲେଖିଥିଲେ । ସେବେଠାରୁ ସେମାନଙ୍କର ଦାମ୍ପତ୍ୟ ଜୀବନ ଏବଂ ଗର୍ଭଧାରଣ ବିଷୟରେ ଆଲୋଚନା ଆରମ୍ଭ ହୋଇଛି | ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୁସରତ ଜାହାନ୍‌ ୬ମାସର ଗର୍ଭବତୀ ଥିବା କୁହାଯାଉଛି। ତେବେ ଏ ବାବଦରେ ତାଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ତେବେ ନିଖିଲଙ୍କ କହିବା କଥା ଯେ ଗତ ବର୍ଷ ଡିସେମ୍ବର ୨୦୨୦ଠାରୁ ନୁସରତ ତାଙ୍କ ଘରୁ ବାହାରିଯାଇ ତାଙ୍କ ବାପା-ମାଙ୍କ ସହ ରହୁଛନ୍ତି। ସେବେଠାରୁ ସେମାନେ ଥରେ ବି ସାକ୍ଷାତ କରିନାହାଁନ୍ତି | ତେବେ ଏହି ଶିଶୁ କିପରି ସେମାନଙ୍କର ହୋଇପାରିବ?

ସୂଚନା ଥାଉ କି ଛାଡପତ୍ର ନେଇ କୋର୍ଟରେ ୪୭ ପୃଷ୍ଠାର ପିଟିସନ ଦାଖଲ କରିଥିବା ଅନୁଭବ ମହାନ୍ତି ମଧ୍ୟ ଉଲ୍ଲେଖ କରିଥିଲେ ଯେ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ସହ ସମ୍ପର୍କ ରଖୁ ନଥିଲେ | ଯାହା ତାଙ୍କୁ ଅସହଜ ଓ ଅସୁଖୀ କରିଥିଲା | ପ୍ରଥମ ରାତିରେ ବର୍ଷା ସମ୍ପର୍କ ରଖିବାକୁ ମନା କରିଥିଲେ ଆଉ ସମ୍ପର୍କ ରଖିବାକୁ ୩,୪ ମାସ ସମୟ ମାଗିଥିଲେ ବର୍ଷା | ବର୍ଷାଙ୍କ ନିଷ୍ପତ୍ତିକୁ ଅନୁଭବ ସମ୍ମାନ ଜଣାଇଥିଲେ | ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସମ୍ପର୍କରେ ସୁଧାର ପାଇଁ ଚେଷ୍ଟା କରିଥିଲେ ଅନୁଭବ |କିନ୍ତୁ ସମ୍ପର୍କ ରଖିବାକୁ ଅସହଜ ମନେ କରୁଥିଲେ ବର୍ଷା | ପତ୍ନୀଙ୍କ ଏଭଳି ଆଚରଣ ମର୍ମାହତ କରିଥିବା ପିଟିସନରେ ଉଲ୍ଲେଖ କରିଥିଲେ ଅନୁଭବ | ବର୍ଷା ଭଲ ପତ୍ନୀ ଏବଂ ଭଲ ବୋହୂ ହେବାରେ ବିଫଳ ହୋଇଛନ୍ତି । ଅନ୍ୟପଟେ ବର୍ଷା ମଧ୍ୟ ପିଟିସନରେ ଉଲ୍ଲେଖ କରିଥିଲେ ଯେ ଭବିଷ୍ୟତ(ସନ୍ତାନ) ପାଇଁ ଯୋଜନା କରିଥିଲେ ବି ଅନୁଭବ ଏହାକୁ ଏଡାଇ ଯାଇଥିଲେ | ବିଳମ୍ବିତ ରାତି ଯାଏଁ ମଦ ପିଉଥିବାବେଳେ ବର୍ଷା ପୂରା ରାତି ଏକୁଟିଆ କାନ୍ଦୁଥିଲେ |

ସମ୍ବନ୍ଧିତ ଖବର