ନୁସରତଙ୍କ ପାଇଁ ବଢ଼ିଲା ଅଡୁଆ, ଲୋକସଭା ବାଚସ୍ପତିଙ୍କ ନିକଟରେ ଅଭିଯୋଗ କଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ବଙ୍ଗଳା ସିନେମାର ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସର ସାଂସଦ ନୁସରତ ଜାହାନଙ୍କ ସମସ୍ୟା ବଢିପାରେ । ବିଜେପି ସାଂସଦ ସଂଘମିତ୍ରା ମୋୖର୍ଯ୍ୟ ଲୋକସଭା ବାଚସ୍ପତିଙ୍କୁ ଏକ ଚିଠି ଲେଖି ନୁସରତ ଜାହାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଲୋକସଭାରେ ଶପଥ ଗ୍ରହଣ ସମୟରେ ନୁସରତ ଜାହାନ ନିଜକୁ ବିବାହିତ କହିଥିଵାବେଳେ ନିକଟରେ ସେ ଏକ ବିବୃତ୍ତି ଦେଇ କହିଥିଲେ ଯେ ତାଙ୍କ ବିବାହ ଭାରତୀୟ ଆଇନ ଅନୁଯାୟୀ ବୈଧ ନୁହେଁ ଏବଂ ସେ କେବଳ ଲିଭ-ଇନ୍‌ ସମ୍ପର୍କରେ ଥିଲେ। ଲୋକସଭା ବାଚସ୍ପତିଙ୍କୁ ଲେଖାଯାଇଥିବା ଚିଠିରେ ବିଜେପି ସାଂସଦ ସଂଘମିତ୍ରା ମୋୖର୍ଯ୍ୟ କହିଛନ୍ତି ଯେ ଲୋକସଭାରେ ଶପଥ ଗ୍ରହଣ କରୁଥିବାବେଳେ ନୁସରତ ଜାହାନ ନିଜକୁ ନୁସରତ ନୁରୀ ଜାହାନ ଜୈନ କହିଥିଲେ, କିନ୍ତୁ ବର୍ତ୍ତମାନ ସେ ଏହାକୁ ପ୍ରତ୍ୟାଖାନ କରୁଥିବାବେଳେ ପ୍ରଶ୍ନ ଉଠୁଛି ଯେ ଲୋକସଭାରେ ଶପଥ ଗ୍ରହଣ କରିବା ସମୟରେ ସେ କାହିଁକି ଭୁଲ ତଥ୍ୟ ଦେଇଥିଲେ।

ଚିଠିରେ କୁହାଯାଇଛି ଯେ ଯଦି ଲୋକସଭାରେ ଶପଥ ଗ୍ରହଣ ସମୟରେ ନୁସରତ ଜାହାନ ଭୁଲ ତଥ୍ୟ ଦେଇଛନ୍ତି, ତା’ହେଲେ ଲୋକସଭାର ନିୟମ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ତେବେ ଏହି ଚିଠିରେ କୁହାଯାଇଛି ଯେ ଏହା ନୁସରତ ଜାହାନଙ୍କ ବ୍ୟକ୍ତିଗତ କଥା। ସେ ନିଜ ଜୀବନକୁ ନିଜ ଇଚ୍ଛା ଅନୁସାରେ ବଂଚିପାରିବେ, କିନ୍ତୁ ଯଦି ସେ ଲୋକସଭାରେ ଶପଥ ଗ୍ରହଣ କରିବା ସମୟରେ ଭୁଲ ତଥ୍ୟ ଦିଅନ୍ତି, ତେବେ ଏହା ନିଶ୍ଚିତ ଭାବେ ଏକ ଅପରାଧ ଏବଂ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ | ସୂଚନା ଥାଉ କି ନୁସରତ ଓ ନିଖିଲ ଜୈନଙ୍କ ମଧ୍ୟରେ ପାରିବାରିକ କଳହ ଏତେ ବଢିଯାଇଥିଲା ଯେ ବିବାହର ବର୍ଷକ ମଧ୍ୟରେ ସେମାନେ ଅଲଗା ରହୁଛନ୍ତି ଓ ପରସ୍ପର ବିରୋଧରେ ଅଭିଯୋଗ କରୁଛନ୍ତି | ନୁସରତ ଅଭିଯୋଗ କରିଛନ୍ତି ଯେ ତାଙ୍କ ବିବାହ ସମ୍ପୂର୍ଣ୍ଣ ବେଆଇନ |

ତୁର୍କୀର ବିବାହ ପଞ୍ଜୀକରଣ ଆଇନ ଅନୁଯାୟୀ ଏହି ବିବାହ ସମ୍ପୂର୍ଣ୍ଣ ଅବୈଧ ବୋଲି ନୁସରତ କହିଛନ୍ତି। ଦୁଇଟି ଭିନ୍ନ ଧର୍ମର ଲୋକଙ୍କ ବିବାହ ଥିଲା, ସେଥିପାଇଁ ଏହାକୁ ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ପଞ୍ଜୀକୃତ ହେବାର ଥିଲା, ଯାହା କେବେ କରାଯାଇ ନଥିଲା। ତେଣୁ ଆଇନ ଅନୁଯାୟୀ ଏହି ବିବାହ ବେଆଇନ | ନୁସରତ କହିଛନ୍ତି ଯେ ଏହା ବିବାହ ନଥିଲା ବରଂ ଲିଭ ଇନ ରିଲେସନସିପ ଭଳି ଥିଲା |

ସମ୍ବନ୍ଧିତ ଖବର