ରାଓ୍ବଲପିଣ୍ଡି : ରାଓ୍ବଲପିଣ୍ଡିଠାରେ ଖେଳାଯାଉଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ୬ଷ୍ଠ ମ୍ୟାଚରେ ବାଂଲାଦେଶକୁ ୫ୱିକେଟରେ ପରାସ୍ତ କରିଛି । ବାଂଲାଦେଶ ଦ୍ବାରା ରଖାଯାଇଥିବା ୨୩୭ ରନର ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ଓ୍ବକେଟ ହରାଇ ୨୪୦ କରି ହାସଲ କରିନେଇଥିଲା । ଦଳ ପକ୍ଷରୁ ରାଚିନ ରବୀନ୍ଦ୍ର ୧୧୨ ରନ ଓ ଟମ ଲଥାମ ୫୫ ରନ ଓ ଡେଭନ କନଓ୍ବେ ୩୦ ରନ କରିଥିଲେ ।

Advertisment

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶର ଦୁଇ ଓପନର ତାଞ୍ଜିତ ହାସନ ଓ ନଜମୁଲ ହୁସେନ ସାଣ୍ଟୋ ସତର୍କତାର ସହ ବ୍ୟାଟିଂ ଆରମ୍ଭ କରି ଏକ ଭଲ ମୂଳଦୁଆ ପକାଇଥିଲେ । ତେବେ ହାସାନ ୨୪ ରନ କରି ଆଉଟ ହେବା ପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରିକି ଦଳ ୧୧୮ ରନରେ ୫ଟି ୱିକେଟ ହରାଇଥିଲା । ତେବେ ସାଣ୍ଟୋ ଓ ଜାକର ଅଲିଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ସାଣ୍ଟୋ ୭୭ ରନ ଓ ଜାକର ୪୫ ରନ କରିଥିଲେ । ସେହିପରି ରସିଦ ହୁସେନ ୨୬ ରନ କରିଥିଲେ । ଦଳ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୩୬ ରନ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ମାଇକେଲ ବ୍ରେସଓ୍ବେଲ ୪ଟି, ଓ୍ବିଲିୟମ ଓରୁରକି ୨ଟି ତଥା କାଇଲ ଜେମିସନ ଓ ମାଟ ହେନେରି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।