ମୁମ୍ବାଇ: ଶିବସେନା ପ୍ରମୁଖ ଉଦ୍ଧବ ଥାକରେ ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ | ଏଭଳି ପ୍ରଥମ ଥର ହେଉଛି ଯେତେବେଳେ ଥାକରେ ପରିବାରର କେହି ପ୍ରଥମ ସଦସ୍ୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି | ତେଣୁ ଶିବସେନା ପକ୍ଷରୁ ଏହି ଉତ୍ସବ ଗ୍ରହଣ ସମାରୋହକୁ ଐତିହାସିକ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି | ମୁମ୍ବାଇର ଶିବାଜୀ ପାର୍କରେ ୭୦ ହଜାର ଲୋକଙ୍କ ପାଇଁ ଆସନ ବ୍ୟବସ୍ଥା ହୋଇଥିବାବେଳେ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ |

Advertisment

publive-image Image : Shivsena

ବିଶେଷ କରି ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଥାକରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଟିଡ଼ିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡ଼ା ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଯୋଗ ଦେଇପାରନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହା ଯୋଗ ଦେବା ନେଇ ସସପେନ୍ସ ଜାରି ରହିଛି |
କିଭଳି ହେବ ଶପଥ ଗ୍ରହଣ ମଞ୍ଚ
ଶିବାଜୀ ପାର୍କରେ ୬ ହଜାର ବର୍ଗ ଫୁଟ ଅଂଚଳର ମଞ୍ଚ ହୋଇଥିବାବେଳେ ଏଠାରେ ୧୦୦ଟି ଚେୟାର ପଡିବ | ସେହିପରି ପାର୍କର ଚାରିପଟେ ୨୦ଟି ଏଲଇଡ଼ି ଟିଭିର ମଧ୍ୟ ବ୍ୟବସ୍ଥା କରାଯାଇଛି | ଯାହାଦ୍ୱାରା ସାଧାରଣ ଲୋକ ପାର୍କ ମଧ୍ୟକୁ ନ ପଶି ମଧ୍ୟ ଶପଥ ଗ୍ରହଣ ଉତ୍ସବକୁ ଦେଖିପାରିବେ |