ଓ୍ବାସିଂଟନ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଜେଲ ପଠାଇବାକୁ ଚାହୁଁଛନ୍ତି କି ? ଏ ପରି କୌଣସି ନିର୍ଦ୍ଦେଶ ଟ୍ରମ୍ପ ଦେଇନଥିଲେ ବି ନିଜ ସୋସିଆଲ ମିଡିଆ (ଟ୍ରୁଥ) ଆକାଉଣ୍ଟରେ ସେ ଏପରି ଏକ ଏଆଇ-ଭିଡିଓ ସେୟାର କରିଛନ୍ତି, ତାହାକୁ ଦେଖିଲେ ମନେହେବ ଯେ ସେ ଓବାମାଙ୍କୁ ଜେଲରେ ଦେଖିବାକୁ ଚାହୁଁଛନ୍ତି ।
ସୋସିଆଲ ମିଡିଆ ଟ୍ରୁଥରେ ଟ୍ରମ୍ପ ଯେଉଁ ଏଆଇ ପ୍ରସ୍ତୁତ ଭିଡିଓ ସେୟାର କରିଛନ୍ତି ସେଥିରେ ଦେଖାଯାଉଛି ଯେ ଓବାମା ଓ ଟ୍ରମ୍ପଙ୍କ ମଧ୍ୟରେ ଏକ ଆଲୋଚନା ଚାଲିଛି । ଏହି ସମୟରେ ଏଫବିଆଇର କର୍ମଚାରୀମାନେ ଆସି ଓବାମାଙ୍କୁ ଗିରଫ କରୁଛନ୍ତି ଓ ଏହି ସମୟର ଟ୍ରମ୍ପ ହସୁଛନ୍ତି ।
ସୋସିଆଲ ମିଡିଆ ଟ୍ରୁଥରେ ଟ୍ରମ୍ପ ଯେଉଁ ଏଆଇ ପ୍ରସ୍ତୁତ ଭିଡିଓ ସେୟାର କରିଛନ୍ତି ସେଥିରେ ଦେଖାଯାଉଛି ଯେ ଓବାମା ଓ ଟ୍ରମ୍ପଙ୍କ ମଧ୍ୟରେ ଏକ ଆଲୋଚନା ଚାଲିଛି । ଏହି ସମୟରେ ଏଫବିଆଇର କର୍ମଚାରୀମାନେ ଆସି ଓବାମାଙ୍କୁ ଗିରଫ କରୁଛନ୍ତି ଓ ଏହି ସମୟର ଟ୍ରମ୍ପ ହସୁଛନ୍ତି । କିଛି ସମୟ ପରେ ଓବାମା ଜେଲରେ ଥିବା ଦେଖାଯାଉଛି । ଟ୍ରମ୍ପ ଏଥିରେ ଏହା ମଧ୍ୟ ଲେଖିଛନ୍ତି ଯେ କେହି ଆଇନର ଊର୍ଦ୍ଧ୍ୱରେ ନୁହଁନ୍ତି।
🚨 BREAKING: President Trump just POSTED THIS on Truth Social.
— Publius (@OcrazioCornPop) July 20, 2025
WILL OBAMA BE ARRESTED?@realDonaldTrumppic.twitter.com/WLqaxfHwWb
ଏହି ଭିଡିଓ ପରେ ଆମେରିକାରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି ଯେ ଟ୍ରମ୍ପ ଓବାମାଙ୍କୁ ଜେଲ ପଠାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଯେତେବେଳେ ଟ୍ରମ୍ପ ପ୍ରଥମ ଥର ପାଇଁ ନିର୍ବାଚନ ଜିତିଥିଲେ, ସେତେବେଳେ ତାଙ୍କ ଉପରେ ରୁଷ ସହାୟତାରେ ମିଥ୍ୟା ଷଡ଼ଯନ୍ତ୍ର ରଚିବାର ଅଭିଯୋଗ ଆସିଥିଲା । ଗତ ଶୁକ୍ରବାର ଆମେରିକାର ଗୁଇନ୍ଦା ମୁଖ୍ୟ ତୁଲସୀ ଗବାର୍ଡ ଏହି ମାମଲାରେ ଓବାମାଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ସଂଗ୍ରହ କରିଥିବା ଦାବି କରିଥିଲେ। ଏବେ ଟ୍ରମ୍ପଙ୍କ ପୋଷ୍ଟ ପରେ, ଏହା ବିଶ୍ୱାସ କରାଯାଉଛି ଯେ ସେ ଓବାମାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ଅନୁମତି ଦେଇପାରିବେ।