ଡିସେମ୍ବର ୧ରେ ଭାରତ ଆସିବେ ଓବାମା

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ଡିସେମ୍ବର ୧ରେ ନୂଆଦିଲ୍ଲୀ ଆସୁଛନ୍ତି। ଓବାମା ତାଙ୍କର ଏହି ଗସ୍ତ ସମୟରେ ଦେଶର ପ୍ରତିଷ୍ଠିତ ଯୁବ ନେତୃତ୍ୱଙ୍କ ସହ ଟାଉନ୍‌ହଲ କାର୍ଯ୍ୟକ୍ରମ କରିବେ। ଏହି ଯୁବନେତାମାନେ ନିଜ ଅଞ୍ଚଳ ପାଇଁ କି କି କାମ କରିଛନ୍ତି ଓ ଏଥିରୁ କ’ଣ ଲାଭ ମିଳିଛି ସେନେଇ ଓବାମା ଆଲୋଚନା କରିବେ। ଉଲ୍ଲେଖଯୋଗ୍ୟ, ଓବାମାଙ୍କର ଏନ୍‌ଜିଓ ‘ଓବାମା ଫାଉଣ୍ଡେସନ’ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ଯୋଗେ ଓବାମା ଏହି ସୂଚନା ଦେଇଛନ୍ତି। ଦୈନନ୍ଦିନ ଜୀବନଯାପନ ଶୈଳୀକୁ ଉନ୍ନତ କରିବା ସହ ଉନ୍ନତିର ନୂତନ ପନ୍ଥା ବିଷୟରେ ଅନୁସନ୍ଧାନ କରିବା ଏହି ସଂସ୍ଥାର ମୂଳ ଲକ୍ଷ୍ୟ ।

ସମ୍ବନ୍ଧିତ ଖବର