ଯାତାୟତ ନିୟମ ମାନିଲେ ବୀମାରେ ରିହାତି ମିଳିବ

ନୂଆଦିଲ୍ଲୀ : ଦେଶରେ ବର୍ତ୍ତମାନ ନୂତନ ଟ୍ରାଫିକ୍ ନିୟମ ଓ ଜରିମାନାକୁ ନେଇ ବିବାଦ ଲାଗି ରହିଥିବା ବେଳେ ବାହନ ଚାଳକମାନଙ୍କୁ ସେମାନଙ୍କ ବାହାନର ବୀମା ପ୍ରିମିୟମରେ ରିହାତି ମିଳିବ। ଭାରତୀୟ ବୀମା ନିୟାମକ ପ୍ରାଧିକରଣର କମିଟି ଚାଲାଣକୁ ଇନସୁରେନ୍ସ ପ୍ରିମିୟମ ସହିତ ଯୋଡ଼ିବା ରଣନୀତି ଉପରେ କାର୍ଯ୍ୟ କରୁଛି।ସୂତ୍ର ଅନୁସାରେ କମିଟି ସୁପାରିସ ପ୍ରସ୍ତୁତ କରୁଛି ଯାହାଦ୍ବାରା ବାହାନ ଚାଳକମାନଙ୍କୁ ଏହି ସୁବିଧା ମିଳିପାରିବ।

ଭୂମିକମ୍ପ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ହୋଇଥିବା କ୍ଷତି ପାଇଁ ବୀମା କ୍ଲେମ୍ କରାଯାଇ ପାରିବ। ବୀମା ନିୟାମକ ଦ୍ବାରା ନିୟମ ଗୁଡ଼ିକର ପରିବର୍ତ୍ତନ କରାଯାଇ କମ୍ପାନିମାନଙ୍କୁ ଅଲଗା ରୂପେ ବୀମା ସୁରକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଇଛି। ୧ ସେପ୍ଟେମ୍ବର ୨୦୧୯ରେ ଲାଗୁ ନିୟମ ପରେ ଗ୍ରାହକମାନେ ଅନ୍ ଡ୍ୟାମେଜ୍ ବୀମା କରାଇବା ରାସ୍ତା ସହଜ ହୋଇଯାଇଛି। ଭାରତୀୟ ବୀମା ନିୟାମକ ପ୍ରାଧିକରଣ ଦ୍ବାରା ପୂର୍ବ ଆଦେଶକୁ ପରିବର୍ତ୍ତନ କରି ଗ୍ରାହକମାନଙ୍କୁ ଏକ ମୁକ୍ତ ବୀମା ପଲିସି କିଣିବା ପାଇଁ ରିହାତି ଦେଇଛି।

ଏଣିକି ସାଧାରଣ ବୀମା କମ୍ପାନି ମଧ୍ୟ ବାହାନ ଗୁଡ଼ିକ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ତଥା ଦଙ୍ଗା ଭଳି ଘଟଣାରେ କ୍ଷୟକ୍ଷତି ସ୍ଥିତିରେ ବୀମା ସୁରକ୍ଷା ପ୍ରଦାନ କରିବାକୁ ପଡ଼ିବ। ଏହି ପଲିସି ନୂଆ ଓ ପୁରୁଣା ବାହାନ ଉପରେ ଲାଗୁ ହେବ।

ସମ୍ବନ୍ଧିତ ଖବର