ପୁଣି ଧୋକା ଦେଲା ପାକିସ୍ତାନ : କୁଳଭୂଷଣଙ୍କୁ ନିଃସର୍ତ୍ତ ଭେଟିବାକୁ ଦେଲା ନାହିଁ , ନିରାଶ ହୋଇ ଫେରିଲେ ଭାରତୀୟ ଅଧିକାରୀ

ନୂଆଦିଲ୍ଲୀ : ପୁଣି ଧୋକା ଦେଲା ପାକିସ୍ତାନ । ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କୁ କନସୁଲାର ଆକସେସ ପ୍ରଦାନ କରିଥିଲେ ମଧ୍ୟ ବାସ୍ତବରେ ତାହାକୁ ପାଳନ କରିନାହିଁ । ତାଙ୍କୁ ଭେଟିବାକୁ ଯାଇଥିବା ଅଧିକାରୀଙ୍କ ଆଗରେ ବାରମ୍ବାର ବିଭିନ୍ନ ପ୍ରତିବନ୍ଧକ ରଖାଯାଇଥିଲା । ଫଳରେ କୁଳଭୂଷଣଙ୍କୁ ଭେଟିବାକୁ ଯାଇଥିବା ଭାରତୀୟ କନସୁଲେଟ କର୍ମଚାରୀଙ୍କୁ ନିରାଶ ହୋଇଫେରିବାକୁ ପଡ଼ିଛି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ମନ୍ତ୍ରାଳୟ ପକ୍ଷରୁ ଏ ନେଇ ପାକିସ୍ତାନ ନିକଟରେ କୂଟନୈତିକ ପ୍ରତିବାଦ କରାଯାଇଛି ।

ଏକ ନିଃସର୍ତ୍ତ କନସୁଲାର ଆକସେସ ପାଇଁ ଭାରତ ପାକିସ୍ତାନ ନିକଟରେ ଦାବି କରିଆସୁଥିଲା । ଅନ୍ତର୍ଜାତୀୟ ନ୍ୟାୟାଳୟର ରାୟ ଅନୁସାରେ ପାକିସ୍ତାନ କୌଣସି ସର୍ତ୍ତ ନରଖି କନସୁଲାର ଆକସେସ ଦେବାକୁ ବାଧ୍ୟ ବୋଲି ଭାରତ କହିଥିଲା । ପୂର୍ବରୁ ସେପ୍ଟେମ୍ବର ୨, ୨୦୧୯ରେ ପାକିସ୍ତାନ ପ୍ରଥମ ଥର ପାଇଁ  ଥିବା କୁଳଭୂଷଣ ଯାଦବଙ୍କୁ କନସୁଲାର ଆକସେସ ପ୍ରଦାନ କରିଥିଲା ପାକିସ୍ତାନ । କିନ୍ତୁ ତାହାକୁ ନେଇ ମଧ୍ୟ ବିପଦ ଦେଖାଦେଇଥିଲା ।

କୁଳଭୂଷଣ ଯାଦବ ପାକିସ୍ତାନ ସାମରିକ ଅଦାଲତରେ ରିଭ୍ୟୁ ପିଟିସନ୍ ଦାଏର କରିବାକୁ ଆଗ୍ରହୀ ନୁହନ୍ତି ବୋଲି ଅଳ୍ପ ଦିନ ପାକିସ୍ତାନ ଦାବି କରିଥିଲା । କିନ୍ତୁ ତାଙ୍କ ଉପରେ ଚାପ ପକାଇ ଏଭଳି କରାଯାଇଥିବା କଥା ଭାରତ କହୁଛି।

କୁଳଭୂଷଣ ହେଉଛନ୍ତି ଜଣେ ପୂର୍ବତନ ନୌସେନା ଅଧିକାରୀ । ଗୁପ୍ତଚରଗିରି ଏବଂ ଆତଙ୍କବାଦ ଅଭିଯୋଗରେ ତାଙ୍କୁ ଏପ୍ରିଲ୍ ୨୦୧୭ରେ ପାକିସ୍ତାନୀ ସାମରିକ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲା । ଏହାକୁ ବିରୋଧ କରି ଭାରତ ଆଇସିଜେରେ ଆବେଦନ କରିଥିଲା । ଆଇସିଜି ପାକିସ୍ତାନୀ ସାମରିକ ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିଥିଲେ ।

ସମ୍ବନ୍ଧିତ ଖବର