କକ୍‌ପିଟ୍‌ରୁ ବାହାରିଲା ଧୂଆଁ, ଦିଲ୍ଲୀରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ଗୁରୁବାର ଏକ ଇଣ୍ଡିଗୋ ବିମାନର କକ୍‌ପିଟ୍‌ରୁ ଆକସ୍ମିକ ଭାବେ ଧୂଆଁ ବାହାରିବା ହେତୁ ବିମାନଟି ଦିଲ୍ଲୀରେ ଜରୁରୀକାଳିନ ଅବତରଣ କରିଥିବା ସୂଚନା ମିଳିଛି। ସୌଭାଗ୍ୟବଶତଃ ଏଥିରେ କୌଣସି ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇ ନାହିଁ।

ସୂଚନାଯୋଗ୍ୟ, ବିମାନ ୬ଇ୭୧୯ ୧୭୦ଜଣ ଯାତ୍ରୀଙ୍କୁ ଧରି ଦିଲ୍ଲୀରୁ ବିଶାଖାପାଟନା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ତେବେ ଆକସ୍ମିକ ଭାବେ ବିମାନର କକ୍‌ପିଟରୁ ଧୂଆଁ ବାହରିବା ସୂଚନା ମିଳିବା ପରେ ବିମାନଟି ଦିଲ୍ଲୀରେ ଜୁରୁରୀକାଳିନ ଅବତରଣ କରିଥିଲା।

ଉଲ୍ଲେଖଯୋଗ୍ୟ, ଜଣେ ଯାତ୍ରୀଙ୍କ ଠାରୁ ଭାରତୀୟ ମୁଦ୍ରା ଗ୍ରହଣ କରାଯାଇ ନ ଥିବା ନେଇ ଏହି ଏୟାରଲାଇନ୍ସ ବିରୋଧରେ ଅଭିଯୋଗ ହୋଇଥିଲା ବୋଲି ନିକଟରେ ଖବର ପ୍ରକାଶ ପାଇଥିଲା।

ତେବେ ଦିଲ୍ଲୀରେ ବସବାସ କରୁଥିବା ପ୍ରମୋଦ ଜୈନ୍‌ ବେଙ୍ଗାଲୁରୁରୁ ଦୁବାଇ ନଭେମ୍ବର ୧୦ ତାରିଖରେ ଯାଉଥିବା ସମୟରେ ଏହି ଏୟାର ଲାଇନ୍ସ ନାମରେ ଅଭିଯୋଗ ଆଣି କହିଥିଲେ, ମୁଁ ଖାଦ୍ୟ ଅର୍ଡର କରିବା ପାଇଁ ଭାରତୀୟ ମୁଦ୍ରା ଦେବାରୁ ଇଣ୍ଡିଗୋ ବିମାନ କ୍ରୁ ଟଙ୍କା ଗ୍ରହଣ କରି ନଥିଲେ। ଏହାପରେ ମୁଁ ଏହି ଅଭିଯୋଗ ସରୋଜିନୀ ନଗର ପୁଲିସ ଷ୍ଟେସନ୍‌ରେ କରିଥିଲି।

ସମ୍ବନ୍ଧିତ ଖବର