ନୂଆଦିଲ୍ଲୀ: ସମୁଦ୍ରରେ ସ୍ନାନ କରିବା ପାଇଁ ଅନେକ ଲୋକେ ପସନ୍ଦ କରନ୍ତି। ତେଣୁ ଛୁଟିଦିନମାନଙ୍କରେ ଛୁଟି କାଟିବା ପାଇଁ ପ୍ରାୟତଃଲୋକେ ସମୁଦ୍ରକୁ ଯାଇ ମଜା କରିଥାଆନ୍ତି। ଏହି କ୍ରମରେ ଦେଖିବାକୁ  ଜଣେ ବ୍ୟକ୍ତିଙ୍କୁ ସମୁଦ୍ରରେ ସ୍ନାନ କରିବା ମହଙ୍ଗା ପଡ଼ିଥିଲା। କାରଣ ସେ ସମୁଦ୍ରରେ ମଜା ନେଇନେଇ ସ୍ନାନ କରୁଥିବା ବେଳେ ଏକ ଅକ୍ଟୋପସର ହାବୁଡ଼ରେ ପଡ଼ିଯାଇଥିଲେ।

Advertisment

ଏହି ଅକ୍ଟୋପସ ବ୍ୟକ୍ତିଙ୍କ ମୁଖମଣ୍ଡଳ ଓ ଛାତିରେ ସମ୍ପୂର୍ଣ୍ଣ ଭାବେ ଲାଖି ଯାଇଥିଲା। ଏହାପରେ ବ୍ୟକ୍ତି ତଥା ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଅକ୍ଟୋପସକୁ ଛଡ଼ାଇବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଅସଫଳ ରହିଥିଲେ। ଏହି ଘଟଣା ପରେ ବ୍ୟକ୍ତିଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧ‌ାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଡାକ୍ତର ବ୍ୟକ୍ତିଙ୍କ ଏଭଳି ଅବସ୍ଥା ଦେଖି ଭୟଭୀତ ହୋଇଯାଇଥିଲେ। ଡାକ୍ତର ତୁରନ୍ତ ବ୍ୟକ୍ତିଙ୍କ ଚିକିତ୍ସା ଆରମ୍ଭ କରି ଅକ୍ଟୋପସକୁ ପର୍ଯ୍ୟଟକଙ୍କ ଚେହେରାରୁ ଛଡ଼‌ାଇବାକୁ ଉଦ୍ୟମ କରିଥିଲେ। ଅନେକ ଚେଷ୍ଟାପରେ ଡାକ୍ତର ପର୍ଯ୍ୟଟକଙ୍କ ଚେହେରା ଓ ଛାତିକୁ  ଜାବୁଡ଼ି ଧରିଥିବା ଅକ୍ଟୋପସକୁ ସୁରକ୍ଷିତ ଭାବେ ବାହାର କରିଥିଲେ।

ଏହି ଘଟଣାର ଏକ ଲୋମଟାଙ୍କୁରା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଯାହାକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। କେହିକେହି ବ୍ୟକ୍ତିଙ୍କ ଧୌର୍ଯ୍ୟର ପ୍ରଶଂସା ବି କରିଛନ୍ତି।