ନଭେମ୍ବର ୪ରୁ ଦିଲ୍ଲୀରେ ଆରମ୍ଭ ହେବ ଅଡ-ଇଭିନ ବ୍ୟବସ୍ଥା : କେଜରିଓ୍ଵାଲ

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ଆରମ୍ଭ ହେବ ଅଡ-ଇଭିନ ବ୍ୟବସ୍ଥା । ଏ ସଂପର୍କରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଘୋଷଣା କରିଛନ୍ତି । ନଭେମ୍ବର ୪ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଏହି ସ୍କିମ ଚାଲୁରହିବ । ଏହି ସ୍କିମ ଅନୁସାରେ ଗାଡ଼ି ନମ୍ବରର ଶେଷ ଅକ୍ଷର ଯୁଗ୍ମ ସଂଖ୍ୟା ଥିଲେ ତାହା ଗୋଟିଏ ଦିନ ଓ ଅଯୁଗ୍ମ ସଂଖ୍ୟା ଥିଲେ ପରବର୍ତ୍ତି ଦିନରେ ରାସ୍ତାରେ ଚାଲିପାରିବ ।

ଆଗକୁ ଦୀପାବଳି ଥିବାରୁ ରାଜଧାନୀର ପ୍ରଦୂଷଣ ସ୍ତରକୁ ନିୟନ୍ତ୍ରଣରେ ରଖିବାକୁ ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ ସାଧାରଣତଃ ଦୀପାବଳି ପରେ ପ୍ରଦୂଷଣ ମାତ୍ରା ବଢିଯାଇଥାଏ । ଆତସବାଜୀ ଓ ପଡୋଶୀ ରାଜ୍ୟମାନଙ୍କରେ ନଡା ଜାଳିବା ଫଳରେ ପ୍ରଦୂଷଣ ବଢିଥାଏ ବୋଲି କେଜରିଓ୍ଵାଲ କହିଛନ୍ତି । ଅଡ-ଇଭିନ (ଅଯୁଗ୍ମ-ଯୁଗ୍ମ) ବ୍ୟବସ୍ଥା ଦ୍ୱାରା ଦିଲ୍ଲୀର ପ୍ରଦୂଷଣ ପ୍ରାୟ ୧୦ରି ୧୩ ପ୍ରତିଶତ କମିବାର ନଜିର ରହିଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଦିଲ୍ଲୀର ସର୍ବାଧିକ ପ୍ରଦୂଷିତ ୧୨ଟି ସ୍ଥାନରେ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ସରକାର ଆଉ କେତେକ ପଦକ୍ଷେପ ନେଉଛନ୍ତି ବୋଲି କେଜରିଓ୍ଵାଲ କହିଛନ୍ତି ।

ସମ୍ବନ୍ଧିତ ଖବର