ରାଷ୍ଟ୍ରପତିଙ୍କର ‘ଆଟ୍ ହୋମ୍’ ବନ୍ଧୁ ମିଳନରେ ଓଡ଼ିଆ ଅତିଥି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କର “ଆଟ୍ ହୋମ୍”ବନ୍ଧୁ ମିଳନ ମହାସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଏହି ଭବ୍ୟ ଆସରରେ ବହୁ ମାନ୍ୟଗଣ୍ୟ ଓଡ଼ିଆ ଅତିଥି ଯୋଗ ଦେଇଥିଲେ। ସେଥି ମଧ୍ୟରେ କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଭାରତର କମ୍ପଟ୍ରୋଲର ଏବଂ ଅଡିଟର ଜେନେରାଲ୍ ଗିରିଶ ଚନ୍ଦ୍ର ମୁର୍ମୁ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, ରାଷ୍ଟ୍ରପତିଙ୍କ ପ୍ରେସ ଅତିରିକ୍ତ ସଚିବ ବିଜୟ ନାୟକ,ରାଜ୍ୟସଭା ସାଂସଦ ସୋନାଲ ମାନସିଂହ, ବରିଷ୍ଠ ପ୍ରଶାସକ ସନ୍ଦୀପ ନାୟକ, ଏସ.ଏନ. ତ୍ରିପାଠୀ, ସୁମିତ୍ରା ତ୍ରିପାଠୀ, ଓଡିଶୀ ନୃତ୍ୟାଙ୍ଗନା ଅଳ୍ପନା ନାୟକ, ରାଷ୍ଟ୍ରପତି ଭବନର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଜ୍ଞାନ ରଂଜନ ନନ୍ଦ,  ଜୟଶ୍ରୀ ନନ୍ଦ, ଗ୍ରୁପ କ୍ୟାପଟେନ ଦୀପକ କୁମାର ପୃଷ୍ଟି ଓ ଜ୍ୟୋତ୍ସା ପୃଷ୍ଟି ଅନ୍ତର୍ଭୁକ୍ତ ଥିଲେ।

ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ୱାଲର୍ଡ଼ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ମହିଳା ଶାଖାର ଉପସଭାପତି ଓ ସାମ୍ବାଦିକ ରୀତା ପାତ୍ର, ଉଦୟ ଇଣ୍ଡିଆର ମୁଖ୍ୟ ସମ୍ପାଦକ ଦୀପକ ରଥ, ଓଟିଭିର ଦିଲ୍ଲୀ ବ୍ୟୁରୋ ମୁଖ୍ୟ ଶିବାନନ୍ଦ ରାଉତ, ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ, ନିଗମାନନ୍ଦ ପୃଷ୍ଟି, ଚ୍ଛାୟାକାନ୍ତ ନାୟକ, ବିଭୁଦତ୍ତ ପ୍ରଧାନ, ସବନମ୍ ଆଦେନୀ, ଜୟ ପ୍ରକାଶ ପାଣ୍ଡେ, ରଶ୍ମି ରଂଜନ ପରିଡ଼ା,ଗଗନ ବିଶ୍ଵାଳ, ଲିପିକା ମହନ୍ତ,ସନ୍ତୋଷ ପ୍ରଧାନ ଓ ରମେଶ ପାଲ ପ୍ରମୁଖ ଉପସ୍ଥିତ ଥିଲେ।

ରାଷ୍ଟ୍ରପତି  ମୁର୍ମୁ ଆଗନ୍ତୁକମାନଙ୍କୁ ବ୍ୟକ୍ତିଗତ ଭାବେ ଶଙ୍ଖୋଳି ଥିଲେ। ସାମ୍ବାଦିକମାନଙ୍କର ‘ଜୟ ଜଗନ୍ନାଥ’ ଧ୍ଵନିର ଉତ୍ତର ଦେଇ ସେ ବି ‘ଜୟ ଜଗନ୍ନାଥ’ ଉଚ୍ଚାରଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାମ୍ବାଦିକମାନଙ୍କର ଜୟ ଜଗନ୍ନାଥ ଧ୍ଵନି ସହିତ ସ୍ୱାଗତ ସମ୍ଭାଷଣକୁ ଆଦରରେ ଗ୍ରହଣ କରିଥିଲେ। ଅତିଥିମାନଙ୍କ ପାଇଁ ରାଷ୍ଟ୍ରପତି ଭବନରେ ପ୍ରସ୍ତୁତ ସ୍ୱାଦିଷ୍ଟ ବ୍ୟଞ୍ଜନ ଯଥା ବାଜରା କଚୋଡି, ନିରାମିଷ ପଫ, ପରିବା ପକୁଡି, ଗୁଲାବ ଗୁଲଖଣ୍ଡ ଲଡ଼ୁ, ନିରାମିଷ ପେଷ୍ଟ୍ରି,ନିରାମିଷ ବିରିୟାନି ଅନର୍ଚିନି, ଚା ଓ କଫି ଆଦି ପରଶା ଯାଇଥିଲା।

ସମ୍ବନ୍ଧିତ ଖବର