ଭୁବନେଶ୍ବର: ପ୍ରତି ଓଡ଼ିଆଙ୍କ ପାଇଁ ଗର୍ବ ଏବଂ ଗୌରବର ମୁହୂର୍ତ୍ତ । ବିଶ୍ବସ୍ତରରେ ବଢୁଛି ଓଡିଆ ଭାଷାର ଆଦର ଏବଂ ସାରା ବିଶ୍ବରେ ଓଡିଆ ଭାଷାକୁ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି । ଓଡିଶାର ଗୀତ, ନୃତ୍ୟକୁ ଓଡ଼ିଶା ବାହାରେ, ଦେଶ ବାହାରେ ପରିବେଷଣ କରି ଏହାର ଗୁରୁତ୍ବକୁ ବଢା ଯାଉଥିବା ବେଳେ ଏବେ କାଲିଫର୍ଣ୍ଣିଆର ଫିସ୍ ପୋଲ୍ (ଶାନ୍ତି ସ୍ତମ୍ଭ)ରେ ସ୍ଥାନ ପାଇଛି ଓଡିଆ ଭାଷା । ଆମ ମାତୃଭାଷା ଆମେରିକାର ଶାନ୍ତି ସ୍ତମ୍ଭରେ ଲିଖିତ ନୀତିବାଣୀରେ ଦେଖିବାକୁ ମିଳିଛି ।

Advertisment

odia 1

ତେବେ କାଲିଫର୍ଣ୍ଣିଆର ସିଲିକନ୍ ଭ୍ୟାଲିର କୁପର୍ଟିନୋ ସହରରେ ପିସ୍ ପୋଲରେ ସ୍ଥାନ ପାଇଛି ଓଡ଼ିଆ ଭାଷା । ବିଶ୍ବର ବିଭିନ୍ନ ଦେଶର ଭାଷାରେ ଶାନ୍ତିର ବାର୍ତ୍ତା ପ୍ରଚାର କରୁଥିବା ଏହି ଶାନ୍ତି ସ୍ତମ୍ଭରେ ବିଶ୍ବର ବିଭିନ୍ନ ଦେଶ ଓ ରାଜ୍ୟକ ଭାଷାକୁ ସ୍ଥାନ ଦିଆଯାଇଥିବା ବେଳେ ଓଡିଆ ଭାଷାରେ ଲେଖାଯାଇଛି "ଶାନ୍ତି ପୃଥିବୀରେ ବିରାଜମାନ ହେଉ"…  

odi 2

ଏହି ଐତିହାସିକ ପଦକ୍ଷେପ ପଛରେ ଅଛନ୍ତି ପ୍ରବାସୀ ଓଡ଼ିଆ ରୀନା ପଟ୍ଟନାୟକ ରାଓ । ସେ ୩୦ ବର୍ଷରୁ ଅଧିକ ସମୟ ଧରି ସେଠାରେ ରହି ଆସୁଥିବା ବେଳେ ଏନେଇ ସେ ପ୍ରୟାସ ଜାରି ରଖିଥିଲେ । ଆଉ ଏବେ କୁପର୍ଟିନୋର ପିସ୍ ପୋଲରେ ଓଡ଼ିଆକୁ ସ୍ଥାନ ମିଳିଛି । ଆମେରିକାର ଶ୍ରେଷ୍ଠ କମ୍ୟୁନିଟି କଲେଜ୍‌ "ଡି ଆଞ୍ଜା କଲେଜ୍" ଓ ରୋଟାରୀ ଏହି ପ୍ରୟାସରେ ଭାଗିଦାରୀ ହୋଇଛି । ହିରୋଶିମା ଓ ନାଗାସାକିର ଦୁର୍ଭାଗ୍ୟଜନକ ବିଧ୍ୱଂସ ପରେ ସମଗ୍ର ବିଶ୍ୱରେ ଶାନ୍ତିର ସନ୍ଦେଶ ପ୍ରଚାର ପାଇଁ ପିସ୍ ପୋଲ ପ୍ରତୀକାତ୍ମକ ଭାବରେ ନିର୍ମାଣ ହୋଇଥିଲା । 

vlcsnap-2025-08-22-17h24m06s329

ଶାନ୍ତି ସ୍ତମ୍ଭରେ ଓଡ଼ିଆ ଭାଷା ସ୍ଥାନିତ ହେବା କେବଳ ଯୁକ୍ତରାଷ୍ଟ୍ରରେ ଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ନୁହେଁ ବରଂ ସମଗ୍ର ଓଡ଼ିଶା ପାଇଁ ଏବଂ ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି ରୀନା ପଟ୍ଟନାୟକ ରାଓ କହିଛନ୍ତି ।