ପାଟନା: ପାଟନା ଏମ୍ସରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଛାତ୍ରଙ୍କ ନାଁ ରାଘବେନ୍ଦ୍ର ସାହୁ। ସେ ପ୍ରଥମ ବର୍ଷର ମେଡିକାଲ ଛାତ୍ର। ରାଘବେନ୍ଦ୍ର ତାଙ୍କ ହଷ୍ଟେଲ ରୁମ୍ର କବାଟ ଆଜି ସକାଳୁ ଖୋଲିନଥିଲେ। ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ କବାଟ ନଖୋଲିବା ଦ୍ବାରା କଲେଜ କର୍ତ୍ତୃପକ୍ଷ ପୁଲିସରେ ଖବର ଦେଇଥିଲେ।
ପୁଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଭିତରେ ପଶିଥିଲା ଏବଂ ରାଘବେନ୍ଦ୍ରଙ୍କୁ ତାଙ୍କ ବେଡ୍ ଉପରେ ପଡ଼ିଥିବା ଦେଖିଥିଲା। ଛାତ୍ରଙ୍କୁ ତୁରନ୍ତ ଇମର୍ଜେନ୍ସି ୱାର୍ଡକୁ ପଠାଯାଇଥିଲା ଏବଂ ସେଠାରେ ତାଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ ବୋଲି ଫୁଲୱାରିସରିଫ୍ ଏସ୍ଡିପିଓ ସୁଶୀଲ କୁମାର କହିଛନ୍ତି। ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ ତାଙ୍କ ନିକଟରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ। ମର ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।