ରେଙ୍ଗୁନର ମିଙ୍ଗଲାଡନ ଜଗନ୍ନାଥ ମନ୍ଦିରରେ ମିଆଁମାର ନିବାସୀ ଓଡ଼ିଆ ବନ୍ଧୁମିଳନ

ଭୁବନେଶ୍ୱର : ମିଆଁମାରର ରାଜଧାନୀ ରେଙ୍ଗୁନରେ ବସବାସ କରୁଥିବା ସ୍ଥାନୀୟ ମୂଳ ଓଡ଼ିଆ ଓ ପ୍ରବାସୀ ଓଡ଼ିଆମାନଙ୍କର ଏକ ବନ୍ଧୁମିଳନ ରେଙ୍ଗୁନର ମିଙ୍ଗଲାଡନ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରବାସୀ ଓଡ଼ିଆ ଡ.ଶୀତଳ କୁମାର ପାଳବାବୁଙ୍କ ଆବାହକତ୍ୱରେ ଏବଂ ରେଙ୍ଗୁନର ମୂଳ ଓଡ଼ିଆ କ୍ରିଷ୍ଣା ପାଢ଼ୀ ଓ ଗଣପତି ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସହିତ ବର୍ମାର ପୁରାତନ ସଂପର୍କ ନେଇ ଆଲୋଚନା କରାଯାଇଥିଲା । ପରେ ଭଜନ ପରିବେଷଣ ସହିତ ପ୍ରସାଦ ସେବନ କରାଯାଇଥିଲା । ଏଥିରେ ବହୁ ଓଡ଼ିଆ ପରିବାର ଯୋଗଦେଇ ଭାବର ଆଦାନପ୍ରଦାନ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ଉକ୍ତ ଜଗନ୍ନାଥ ମନ୍ଦିରଟି ଶତାଧିକ ବର୍ଷର ପୁରୁଣା ମନ୍ଦିର । ରେଙ୍ଗୁନରେ ୪ଟି ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ରହିଥିବା ବେଳେ ସେଠାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସମସ୍ତ ପରମ୍ପରା ଓ ରଥଯାତ୍ରା ପାଳିତ ହୁଏ । ଏପରିକି ଏସବୁ ପାରମ୍ପରିକ କାର୍ଯ୍ୟକ୍ରମର ନିମନ୍ତ୍ରଣ ପତ୍ର ଓଡ଼ିଆ ଭାଷାରେ ମୁଦ୍ରିତ ହୋଇ ବଣ୍ଟନ କରାଯାଇଥାଏ । ମିଙ୍ଗଲଟନ ଜଗନ୍ନାଥ ମନ୍ଦିରକୁ ସବୁ ସମୟରେ ବହୁ ପର୍ଯ୍ୟଟକ ଏବଂ ଗଣମାନ୍ୟ ବ୍ୟକ୍ତି ଆସିଥାଆନ୍ତି । ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିଆଁମାର ଗସ୍ତରେ ଯାଇଥିବା ବେଳେ ଏହି ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।

ସମ୍ବନ୍ଧିତ ଖବର