ପ୍ରଥମ ଓଡ଼ିଆ ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶ ଏଭରେଷ୍ଟରେ ପ୍ରାଣ ହରାଇଲେ

କାଠମାଣ୍ଡୁ: ଏଭରେଷ୍ଟର ବାଲକୋନୀ କ୍ଷେତ୍ରରେ ଆଜି ପ୍ରାଣ ହରାଇଛନ୍ତି ଓଡ଼ିଆ  ପର୍ବତାରୋହୀ କଳ୍ପନା ଦାଶ | ଆଜି ଦ୍ବିପହର ସମୟରେ ତାଙ୍କର ମୃତ୍ୟୁ ହୋଇଥିବାର ଖବର ଆସିଛି | ନେପାଳ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ମୀରା ଆଚାର୍ଯ୍ୟ କହିଛନ୍ତି ଯେ ଏଭରେଷ୍ଟର ଶିଖରକୁ ଛୁଇଁ ଓହ୍ଲାଇବା ପରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | କଳ୍ପନାଙ୍କ ସହ ନେପାଳର କାଞ୍ଚି ମାୟା ତାମଙ୍ଗ ଓ ଚୀନର ଲିଆମଓ ମେ ମାଉଣ୍ଟ ଏଭରେଷ୍ଟ ଯାଇଥିଲେ | ତେବେ ବାଲକୋନୀ କ୍ଷେତ୍ରରେ କଳ୍ପନାଙ୍କର ମୃତ୍ୟୁ ହୋଇଯାଇଥିଲା |

କଳ୍ପନାଙ୍କ ଘର ଢେଙ୍କାନାଳ ହୋଇଥିବାବେଳେ ୨୦୦୮ରେ ସେ ଏଭରେଷ୍ଟ ଚଢ଼ିଥିଲେ | ଏହା ସହ ଭାରତ, ନେପାଳ, ୟୁରୋପ, ଦକ୍ଷିଣ ଆମେରିକା ଓ ଅଷ୍ଟ୍ରେଲିଆରେ ଥିବା ଅନେକ ପର୍ବତକୁ ଆରୋହଣ କରି ରେକର୍ଡ ସୃଷ୍ଟି କରିଥିଲେ | ଏଠାରେ ସୂଚନା ଥାଉ କି ପର୍ବତାରୋହଣ କରି ଏ ଯାଏଁ ୧୪ ଜଣ ପର୍ବତାରୋହୀଙ୍କର ମୃତ୍ୟୁ ଘଟିଲାଣି |

ସମ୍ବନ୍ଧିତ ଖବର