‘ବାର୍କ’ର ନିର୍ଦ୍ଦେଶକ ରୂପେ ଦାୟିତ୍ୱ ନେଲେ ଓଡ଼ିଆ ବୈଜ୍ଞାନିକ ଅଜିତ୍‌ କୁମାର ମହାନ୍ତି

ନୂଆଦିଲ୍ଲୀ (ନାଇମ୍‌ ଆଖ୍‌ତାର): ଓଡ଼ିଆ ବୈଜ୍ଞାନିକ ଡ. ଅଜିତ କୁମାର ମହାନ୍ତି ମଙ୍ଗଳବାର ଦେଶର ପୁରାତନ ବହୁମୁଖୀ ଆଣବିକ ଗବେଷଣା କେନ୍ଦ୍ର ‘ଭାବା ଆଣବିକ ଗବେଷଣା କେନ୍ଦ୍ର (ବାର୍କ)’ର ନିର୍ଦ୍ଦେଶକ ରୂପେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

ଏହି ପଦରେ ଶ୍ରୀ ମହାନ୍ତି ତିନି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଗତ ସପ୍ତାହରେ ନିଯୁକ୍ତି ସଂପର୍କୀତ କ୍ୟାବିନେଟ ଦ୍ୱାରା ଶ୍ରୀମହାନ୍ତିଙ୍କ ବାର୍କର ନିର୍ଦ୍ଦେଶକ ରୂପେ ନିଯୁକ୍ତିକୁ ଅନୁମୋଦନ କରାଯାଇଥିଲା। ‘ବାର୍କ’ର ନିର୍ଦ୍ଦେଶକ ରୂପେ ଦାୟିତ୍ୱ ନେବା ପୂର୍ବରୁ ଶ୍ରୀ ମହାନ୍ତି ‘ବାର୍କ’ର ପଦାର୍ଥ ବିଜ୍ଞାନ ଗ୍ରୁପ ଏବଂ ଶାହା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁକ୍ଲିୟର ପିଜିକ୍ସର ନିର୍ଦ୍ଦେଶକ ରୂପେ କାର୍ଯ୍ୟ ତୁଲାଉ ଥିଲେ।

ଉଲ୍ଲେଖଯୋଗ୍ୟ ଓଡ଼ିଶାରେ ଜନ୍ମିତ ଶ୍ରୀ ମହାନ୍ତି ଗତ ୩୬ ବର୍ଷରୁ ନ୍ୟୁକ୍ଲିୟର ଫିଜିକ୍ସରେ ଅନେକ ଗୁରୁତ୍ୱପୂର୍ଣ୍ଣ ଗବେଷଣା କରି ପ୍ରସିଦ୍ଧି ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର