ଓଡ଼ିଶାର ଏସ୍‌ ଆର୍‌ ମହାନ୍ତି ହେଲେ ମଧ୍ୟ ପ୍ରଦେଶର ମୁଖ୍ୟ ସଚିବ

ଭୋପାଳ : ଓଡ଼ିଶା ଜନ୍ମିତ ୧୯୮୨ ବ୍ୟାଚ୍ ଆଇଏଏସ୍‌ ଅଧିକାରୀ ଏସ୍‌ ଆର୍‌ ମହାନ୍ତି ମଧ୍ୟ ପ୍ରଦେଶର ମୁଖ୍ୟ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ସୋମବାର ଅବସର ନେଇଥିବା ବି ଏସ୍‌ ସିଂହଙ୍କ ସ୍ଥାନରେ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ଆସନ୍ତାକାଲି ସେ ଦାୟିତ୍ବ ଗ୍ରହଣ କରିବେ। କାର୍ମିକ ପ୍ରଶାସନ ବିଭାଗ ପ୍ରଧାନ ସଚିବ ରଶ୍ମି ଅରୁଣଙ୍କ ପକ୍ଷରୁ ଜାରି ହୋଇଥିବା ଏକ ନିର୍ଦ୍ଦେଶନାମାରୁ ଏ ନେଇ ସ୍ପଷ୍ଟ କରାଯାଇଛି। ମହାନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଭାବେ କାର୍ଯ୍ୟ କରୁଥିଲେ। ୨୦୦୦ ମସିହା ଜାନୁଆରି ୨୦ରୁ ୨୦୦୪ ଜାନୁଆରି ୮ ତାରିଖ ପର୍ଯ୍ୟନ୍ତ ମହାନ୍ତି ମଧ୍ୟ ପ୍ରଦେଶ ରାଜ୍ୟ ଶିଳ୍ପ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ରହିଥିଲେ।

ସମ୍ବନ୍ଧିତ ଖବର