ନୂଆଦିଲ୍ଲୀ: ଜୁଲାଇ ୨୧, ୨୦୨୨। ଏହି ଦିନଟି ଓଡ଼ିଶା ଲାଗି ପାଲଟି ଯାଇଛି ଏକ ଐତିହାସିକ ଦିନ। ଓଡ଼ିଶା ମାଟିର ଝିଅ, ମୟୂରଭଂଜ ଅଞ୍ଚଳର ଆଦିବାସୀ ନେତ୍ରୀ, ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ଏନଡିଏ ପ୍ରାର୍ଥୀ ଶ୍ରୀମତୀ ମୁର୍ମୁ ବହୁ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ପାର୍ଲାମେଣ୍ଟ ଭବନରେ ଚାଲିଥିବା ଗଣତିର ତୃତୀୟ ରାଉଣ୍ଡର ଫଳାଫଳ ଅନୁଯାୟୀ ଶ୍ରୀମତୀ ମୁର୍ମୁ ବିଜୟ ଲାଗି ଆବଶ୍ୟକ ୫୦ ପ୍ରତିଶତ ଭୋଟ ସୀମା ଅତିକ୍ରମ କରିଛନ୍ତି।
ତେବେ ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହେବା ପରଠାରୁ ସୋସିଆଲ ମିଡ଼ିଆ ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା 'ଓଡ଼ିଆ' ଶବ୍ଦ | ODIA ଏହାକୁ ବ୍ୟବହାର କରି ଲଗାତାର ଟ୍ୱିଟ ପରେ ଟ୍ୱିଟ ହୋଇଥିଲା | ସାରା ଭାରତରେ ଆଜି କେବଳ ଏହି ଶବ୍ଦ ହିଁ ଟ୍ରେଂଡିଙ୍ଗ କରିଥିଲା | ଓଡ଼ିଆ ସହ ଓଡ଼ିଶା ଶବ୍ଦ ମଧ୍ୟ ବେଶ୍ ଟ୍ରେଂଡିଙ୍ଗ କରିଥିଲା |
ଜଣେ ଓଡ଼ିଆ ମହିଳା ଭାରତର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଆଉ ତାଙ୍କୁ ନେଇ ଟ୍ୱିଟର କାନ୍ଥରେ ଟ୍ୱିଟ ସବୁ ଭର୍ତ୍ତି ହୋଇଯାଇଥିଲା | ଜଣେ ଓଡ଼ିଆ ଆଦିବାସୀ ମହିଳା କିଭଳି ଦେଶର ସର୍ବୋଚ୍ଚ ଆସନରେ ବସିବାକୁ ଯାଉଛନ୍ତି ତାହାକୁ ନେଇ ସୋସିଆଲ ମିଡିଆରେ ଲଗାତାର ପୋଷ୍ଟ ମଧ୍ୟ ହୋଇଥିଲା | ଟ୍ୱିଟର ବ୍ୟତୀତ ସୋସିଆଲ ମିଡ଼ିଆ ଫେସବୁକରେ ମଧ୍ୟ ଆଜି କେବଳ ଦ୍ରୌପଦୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/bd0b20f8-b78a-4127-b93a-bd423a0b8d04.jpg)