ଓମାନ : ଓମାନ୍ର ରାଜଧାନୀ ମସ୍କଟ୍ରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକ ପ୍ରଦୀପ ପାହାନଙ୍କ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସେ ସେଠାରେ ଡଲ୍ଫିନ୍ ଟ୍ରେଡିଂ ଆଣ୍ଡ ଇନ୍ଭେଷ୍ଟମେଣ୍ଟ କମ୍ପାନିରେ କାମ କରୁଥିଲେ। ତାଙ୍କ ଘର ଗଂଜାମ ଜିଲ୍ଲା କମଳାପଦରରେ। ଗତ ୧୪ ତାରିଖରେ ସେ ମୋବାଇଲ୍ ରିଚାର୍ଜ କରି ରାଜପଥ ଅତିକ୍ରମ କରୁଥିବା ବେଳେ ଏକ ଗାଡ଼ି ଧକ୍କାରେ ତାଙ୍କର ପ୍ରାଣହାନି ଘଟିଥିଲା। ତାଙ୍କ ଶବକୁ ଜନ୍ମମାଟିକୁ ଫେରାଇ ଆଣିବା ଲାଗି ବାହାରିନ୍ ପ୍ରବାସୀ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡ. ଅରୁଣ କୁମାର ପ୍ରହରାଜ ପ୍ରୟାସ ଚଳାଇଛନ୍ତି। ପ୍ରଦୀପଙ୍କ ଜଣେ ସଂପର୍କୀୟ ଭାଇ ହର୍ଷ ପାହାନଙ୍କଠାରୁ ଖବର ପାଇ ଡ. ପ୍ରହରାଜ ଓମାନ୍ରେ ଭାରତୀୟ ଦୂତାବାସ ଓ କମ୍ପାନିର ମ୍ୟାନେଜର୍ ପରଭେଜ୍ଙ୍କ ସହ ଯୋଗଯୋଗ କରିଥିଲେ। ସପ୍ତାହର ଶୁକ୍ର ଓ ଶନିବାର ଓମାନ୍ରେ ଛୁଟି ଥିବାରୁ ଶବ ଫେରାଇ ଆଣିବାରେ ସରକାରୀସ୍ତରରେ ବିଳମ୍ବ ହୋଇଛି। ତେବେ ଖୁବ୍ଶୀଘ୍ର ପ୍ରଦୀପଙ୍କ ଶବ ଓଡ଼ିଶାରେ ତାଙ୍କ ପରିବାରଲୋକଙ୍କ ପାଖରେ ପହଞ୍ଚିବ ବୋଲି ଡ. ପ୍ରହରାଜ ପ୍ରତିଶ୍ରୁତି ଦେଇଛନ୍ତି।
ଓମାନ୍ରେ ଓଡ଼ିଆ ଯୁବକ ମୃତ
/sambad/media/post_attachments/wp-content/uploads/2021/09/odia-youth.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)