ନୂଆଦିଲ୍ଲୀ : ଗତ ମାସ ୩୦ ସୁଦ୍ଧା ଓଡ଼ିଶାରେ ଓଡ଼ାନ ଯୋଜନାରେ ୨୨ଟି ରୁଟ୍ କାର୍ଯ୍ୟକ୍ଷମ ହୋଇଛି। ରାଜ୍ୟର ଝାରସୁଗୁଡ଼ା, ରାଉରକେଲା, ଉତ୍କେଲା, ଜୟପୁର ତଥା ରଙ୍ଗେଇଲୁଣ୍ଡା ବିମାନ ବନ୍ଦରକୁ ଏହି ଯୋଜନାରେ ସାମିଲ କରାଯାଇଛି। ଝାରସୁଗୁଡ଼ା ଓ ଜୟପୁର ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଛି। ଆଜି ଲୋକସଭାରେ ବିଜେଡି ସାଂସଦ ପିନାକୀ ମିଶ୍ର ଓ ଭର୍ତ୍ତୃହରି ମହତାବଙ୍କ ତାରକା ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ସୂଚନା ଦେଇଛନ୍ତି।