ନୂଆଦିଲ୍ଲୀ : ରହିବା ପାଇଁ ବାସୋପଯୋଗୀ ରାଜ୍ୟ ଗୁଡ଼ିକ ମଧ୍ୟରେ ଓଡ଼ିଶା ଆଗରେ ରହିଛି। ଓଡ଼ିଶାକୁ ଆଜି ସହଜ ଜୀବିକା ନିର୍ବାହ ସୂଚୀ-୨୦୧୮ର ଶ୍ରେଷ୍ଠ ପ୍ରଦର୍ଶନ ରାଜ୍ୟ ରୂପେ କେନ୍ଦ୍ର ସରକାର ପୁରସ୍କୃତ କରିଛନ୍ତି। ଏହି ତାଲିକାରେ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ ଓ ମଧ୍ୟପ୍ରଦେଶକୁ ଶ୍ରେଷ୍ଠ ରାଜ୍ୟ ରୂପେ ପୁରସ୍କୃତ କରାଯାଇଛି। କେନ୍ଦ୍ର ସହରାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ସୁରୀଙ୍କ ଦ୍ୱାରା ଶ୍ରେଷ୍ଠ ବିବେଚିତ ରାଜ୍ୟର ସଚିବମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍ ଆଜି ଓଡ଼ିଶା ସରକାରଙ୍କ ତରଫରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ବିଏମ୍ସି ଅତିରିକ୍ତ କମିସନର ଶୁଭମ୍ ସାକସେନା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ୧୩ ତାରିଖରେ ଦେଶର ୧୧୧ଟି ସହରର ସଂସ୍ଥାଗତ, ସାମାଜିକ, ବ୍ୟବସ୍ଥାଗତ, ଅର୍ଥନୀତି ଓ ଭିତ୍ତିଭୂମି ଆଦିକୁ ବିଚାରକୁ ନେଇ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସର୍ଭେ କରାଯାଇ ମାର୍କ ଦିଆଯାଇଥିଲା। ଏଥିରେ ଭୁବନେଶ୍ୱର ୧୮ତମ ଓ ରାଉରକେଲା ୮୭ତମ ସ୍ଥାନରେ ଥିଲା। ଏହି ଆଧାରରେ ଆଜି ଓଡ଼ିଶାକୁ ଜୀବିକା ନିର୍ବାହ ସୂଚୀ ତାଲିକାରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ପୁରସ୍କୃତ କରାଯାଇଛି।