ସୁପ୍ରିମକୋର୍ଟ କଲେଜିୟମର ସୁପାରିସ: ଜଷ୍ଟିସ ଇନ୍ଦ୍ରଜିତ୍ ମହାନ୍ତି ହେବେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟବିଚାରପତି

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଥିବା ତଥା ଓଡ଼ିଆ ବିଚାରପତି ଜଷ୍ଟିସ୍‌ ଇନ୍ଦ୍ରଜିତ୍‌ ମହାନ୍ତି ରାଜସ୍ଥାନ ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇ ପାରନ୍ତି । ସୁପ୍ରିମକୋର୍ଟ କଲେଜିୟମ୍‌ ଏ ନେଇ ତାଙ୍କ ନାମ ସୁପାରିସ୍‌ କରିଥିବା ଜଣା ପଡ଼ିଛି ।

ଓଡ଼ିଶା ହାଇକୋର୍ଟର ବରିଷ୍ଠତମ ବିଚାରପତି ତଥା ବର୍ତ୍ତମାନ ବମ୍ବେ ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ୍‌ ଇନ୍ଦ୍ରଜିତ୍‌ ମହାନ୍ତିଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ କଲେଜିୟମ୍‌ ସୁପାରିସ୍‌ କରିଛି ।

୧୯୬୦ ମସିହା ନଭେମ୍ବର ୧୧ତାରିଖରେ କଟକରେ ଜନ୍ମିତ ଜଷ୍ଟିସ୍‌ ଇନ୍ଦ୍ରଜିତ୍‌ ମହାନ୍ତି ଜଣେ ଆଇନଜୀବୀ ଭାବେ ୧୯୮୪ ମସିହାରେ କ୍ୟାରିୟର ଆରମ୍ଭ କରି ଥିଲେ । ଓଡ଼ିଶାର ପ୍ରସିଦ୍ଧ ଅଇନଜୀବୀ ବାରିଷ୍ଟର ରଣଜିତ୍‌ ମହାନ୍ତିଙ୍କ ପୁତ୍ର ଇନ୍ଦ୍ରଜିତ୍‌ ଏହା ପରେ ଓଡ଼ିଶା  ହାଇକୋର୍ଟର ବିଚାରପତି ଭାବେ ୨୦୦୬ ମସିହା ମାର୍ଚ୍ଚ ୩୦ ତାରିଖରେ ନିଯୁକ୍ତ ହୋଇଥିଲେ ।

ସମ୍ବନ୍ଧିତ ଖବର