ନୂଆଦିଲ୍ଲୀ : ଓଡ଼ିଶାର ୟଶ୍ ମିଶ୍ରଙ୍କୁ ଚଳିତବର୍ଷର ସମ୍ମାନଜନକ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର’ ପ୍ରଦାନ କରାଯାଇଛନ୍ତି। ଏଠାରେ ଆୟୋଜିତ ଏକ ଏକ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୟଶ୍ଙ୍କ ସମେତ ଦେଶର ୪୯ ଜଣ ଯୁବ ପ୍ରତିଭାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।
କଳା ଓ ସଂସ୍କୃତି, ସାହସିକତା, ନବୋନ୍ମେଷ, ଶୈକ୍ଷିକ ଉପଲବ୍ଧତା, ସାମାଜିକ ସେବା ତଥା କ୍ରୀଡ଼ା ଭଳି ୫ଟି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କରାଯାଉଛି। ଏହି ପୁରସ୍କାର ପାଇଁ ଚଳିତବର୍ଷ ୪୯ ଜଣ ଯୁବ ପ୍ରତିଭାଙ୍କୁ ଚୟନ କରାଯାଇଥିଲା। ଶୈକ୍ଷିକ ଉପଲବ୍ଧି (ସ୍କୋଲାଷ୍ଟିକ୍) ବିଭାଗରେ ଓଡ଼ିଶାର ୟଶ ମିଶ୍ରଙ୍କୁ ପୁରସ୍କାର ପାଇଁ ଚୟନ କରାଯାଇଥିଲା। ୟଶ ମିଶ୍ର ଆମେରିକାର ନାସାରେ ଭାରତକୁ ପ୍ରତିନିଧିତ୍ବ କରିଥିବା ବେଳେ ତଥା ଗଣିତ ବିଶାରଦ ରୂପେ ପୁରସ୍କୃତ ହୋଇଛନ୍ତି। ସିଙ୍ଗାପୁର ଏସିଆନ୍ ଗଣିତ ଅଲମ୍ପିଆଡରେ ୟଶ ଭାରତ ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୪ଶହଟି ପୁରସ୍କାର ଜିତି ସାରିଥିବାବେଳେ ୨ ଶହଟି ପଦକ ହାସଲ କରିସାରିଛନ୍ତି। ଭୁବନେଶ୍ବର ସ୍ଥିତ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲରେ ଅଧ୍ୟୟନ କରିସାରିବା ପରେ ୟଶ ବର୍ତ୍ତମାନ କୋଟାର ସାର୍ ପଦମପତ ସିଙ୍ଘାନିଆ ସ୍କୁଲରେ ପଢୁଛନ୍ତି।
ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ବାବଦରେ ୟଶଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ମେଡାଲ, ଟାବଲେଟ୍ ଓ ପ୍ରଶଂସା ପ୍ରମାଣପତ୍ର ମିଳିଛି। ଆଜି ରାଷ୍ଟ୍ରପତିଙ୍କ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ୨୦୨୦ରେ ପୁରସ୍କୃତ ହୋଇଥିବା ୪୯ ଜଣ ଯୁବ ପ୍ରତିଭାଙ୍କ ମଧ୍ୟରୁ ୟଶ ମିଶ୍ର ଏକମାତ୍ର ଓଡ଼ିଆ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/naim-1.jpeg)