ଭୁବନେଶ୍ବର: ଦୁଇ ଦଫା ଦାବି ନେଇ ରାଜଭବନ ଘେରାଉ କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ୩ଟି କୃଷି ଆଇନକୁ କଳା ଆଇନ କହିବା ସହ ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଛି କଂଗ୍ରେସ । ଏହା ବାଦ୍ ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ମଧ୍ୟ ଦଳ ପ୍ରତିବାଦ କରିଛି ।
ଦୁଇ ଦଫା ଦାବି ନେଇ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ରାଜଭବନ ଆଗରେ ଧାରଣା ସମୟରେ ପୁଲିସ୍ ସହିତ କଂଗ୍ରେସ କର୍ମୀଙ୍କର ଧସ୍ତାଧସ୍ତି ହୋଇଥିଲ।। କୃଷି ଆଇନ ପ୍ରତ୍ୟାହାର ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ଓଡ଼ିଶା ପିସିସି।
ଏପଟେ ନୂତନ କୃଷି ଆଇନ୍ ବିରୋଧରେ ବିରୋଧୀ ଦଳ କଂଗ୍ରେସ ‘କିଷାନ ଅଧିକାର ଦିବସ’ ପାଳନ କରୁଥିବା ବେଳେ ଦଳୀୟ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶୁକ୍ରବାର ରାଜ୍ ଭବନ ଘେରାଉ କରି କୃଷିମାନଙ୍କୁ ନିଜର ସମର୍ଥନ ଦେଇଛନ୍ତି। ଦେଶର ବିଭିନ୍ନ ସ୍ଥାନରେ କୃଷି ଆଇନ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ଦିଲ୍ଲୀ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ କୃଷକମାନେ ନୂତନ ନିୟମକୁ ପ୍ରତିବାଦ କରି ସ୍ଲୋଗାନ୍ ଦେଇଛନ୍ତି।