ନୂଆଦିଲ୍ଲୀ : ଆଜି ସଂସଦ ଭବନରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତଥା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଓଡ଼ିଶାର ତିନି କଂଗ୍ରେସ କର୍ମୀ ସାକ୍ଷାତ କରିଛନ୍ତି।

Advertisment

ତିନି ଜଣ ହେଲେ, ବିଶ୍ବଜିତ ଦାସ, ନିକୁଞ୍ଜ ପଶାୟତ ଓ ସତ୍ୟାନନ୍ଦ ରାଉତ। ‘ସମ୍ବାଦ’କୁ ଦେଇଥିବା ସୂଚନା ଅନୁସାରେ, ସେମାନେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରି ଓଡ଼ିଶାରେ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେବା ସହିତ ଜଣେ ଯୁବ ନେତାଙ୍କୁ ଓଡ଼ିଶାର କଂଗ୍ରସ ନେତୃତ୍ବ ଭାର ନ୍ୟସ୍ତ କରିବା ପାଇଁ ଦାବି କରିଥିଲେ। ଏଥିସହିତ, ଦୁଇ ନେତାଙ୍କୁ ସେମାନେ ସ୍ମାରକପତ୍ର ପ୍ରଦାନ କରିଥିବା ସୂଚନା ଦେଇଛନ୍ତି। ସେହିଭଳି, ଗତକାଲି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ମଧ୍ୟ ସାକ୍ଷାତ କରିଥିବା କହିଛନ୍ତି।