ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମଇଦାନରେ ଆୟୋଜିତ ୩୮ ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୧୮ ଅବସରରେ ଆଜି ‘ଓଡ଼ିଶା ରାଜ୍ୟ ଦିବସ’ ପାଳିତ ହୋଇ ଯାଇଛି। ବାଣିଜ୍ୟ ମେଳା ପରିସର ସ୍ଥିତ ହଂସ ଧ୍ବନି ଥିଏଟରରେ ‘ଓଡ଼ିଶା ରାଜ୍ୟ ଦିବସ’ କାର୍ଯ୍ୟକ୍ରମକୁ ମୁଖ୍ୟ ଆବାସିକ କମିସନର ଡକ୍ଟର ସୁନୀଲ କୁମାର ଭାର୍ଗବ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଓଡ଼ିଶା ସରକାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ମାସିକ ଓଡ଼ିଆ ପତ୍ରିକା ‘ଉତ୍କଳ ପ୍ରସଙ୍ଗ’ ଓ ଇଂରାଜି ପତ୍ରିକା ‘ଓଡ଼ିଶା ରିଭ୍ୟୁ’ର ସ୍ବତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି, ଯୁଗ୍ମ ନିର୍ଦ୍ଦେଶକ ବିପିନ ବାରିକ, ଓଏସ୍ଡି ତପନ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ‘ଓଡ଼ିଶା ରାଜ୍ୟ ଦିବସ’ ପାଳିତ
/sambad/media/post_attachments/wp-content/uploads/2018/11/naim-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)