ଖିଲାପି ବିଜୁଳି ଉପଭୋକ୍ତାଙ୍କଠାରୁ ଟ. ୭୨.୬୬ କୋଟି ଆଦାୟ ହୋଇଛି : ସେସୁ

ଭୁବନେଶ୍ୱର : ବିଜୁଳି ଦେୟ ଖିଲାପ କରିଥିବା ଗ୍ରାହକମାନଙ୍କଠାରୁ ସେସୁ ଗତ ୧୮ ଦିନରେ ପ୍ରାୟ ୭୨.୬୬ କୋଟି ଟଙ୍କାର ବକେୟା ଆଦାୟ କରିଛନ୍ତି । ସେସୁ ପକ୍ଷରୁ ଗତ ଜାନୁଆରି ୧୬ରୁ ଫେବ୍ରୁଆରି ୫ ମଧ୍ୟରେ କରାଯାଇଥିବା ସ୍ୱତନ୍ତ୍ର ବକେୟା ଆଦାୟ ଓ ଲାଇନ କାଟ ଅଭିଯାନରୁ ଏହି ସଫଳତା ମିଳିପାରିଛି ବୋଲି ସେସୁ ଅଧ୍ୟକ୍ଷ ଅରୁଣ ବୋଥ୍ରା କହିଛନ୍ତି । ସେ କହିଛନ୍ତି ଯେ ସେସୁ ପକ୍ଷରୁ ମୋଟ ୭ ଲକ୍ଷ ୧୨ ହଜାର ୨୭୬ ଜଣ ଉପଭୋକ୍ତାଙ୍କୁ ବିଦ୍ୟୁତ ଲାଇନ କାଟ ପାଇଁ ନୋଟିସ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ମାତ୍ର ୧ ଲକ୍ଷ ୬୨ ହଜାର ଉପଭୋକ୍ତାଙ୍କୁ ନିକଟରେ ସେସୁ ପହଞ୍ଚି ପାରିଛି । ପ୍ରାୟ ୨୫,୫୩୧ ଜଣ ସଂପୂର୍ଣ୍ଣ ବକେୟା ପରିଶୋଧ କରିଛନ୍ତି ।

ବକେୟା ପରିଶୋଧ କରିନପାରିବାରୁ ସେସୁ ପକ୍ଷରୁ ମୋଟ ୨୧,୩୩୯ ଜଣ ଉପଭୋକ୍ତାଙ୍କ ଲାଇନ କଟାଯାଇଛି । ତେବେ ଏମାନଙ୍କ ମଧ୍ୟରୁ ୯୨୮୯ ଜଣ ଗ୍ରାହକ ନିଜର ବକେୟା ପରିଶୋଧ କରିବାରୁ ସେମାନଙ୍କୁ ପୁଣି ବିଜୁଳି ସଂଯୋଗ ଦିଆଯାଇଛି । ଅନ୍ୟପକ୍ଷରେ ବିଲ ଭୁଲ ଥିବା ଅଭିଯୋଗ ପ୍ରାୟ ୩୫୨୭୭ ଉପଭୋକ୍ତାଙ୍କଠାରୁ ମିଳିଛି । ଏହି ବିଲ ବିବାଦର ସମାଧାନ ଫେବ୍ରୁଆରି ୧୬ ମଧ୍ୟରେ କରାଯିବ ।

ସମ୍ବନ୍ଧିତ ଖବର