ନୂ୍ଆଦିଲ୍ଲୀ : ସ୍ଥାନୀୟ ଚାଣକ୍ୟପୁରୀସ୍ଥିତ ଆବାସିକ କମିସନରଙ୍କ କାର୍ଯ୍ୟାଳୟରେ ଆଜି ଓଡ଼ିଶା ଦିବସ ପାଳନ କରାଯାଇଛି। ଏହି ଅବସରରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସଂପର୍କିତ ଫଟୋଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ ସହ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ସମୂହ ଗାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ସୁଜିତ କୁମାର ଯୋଗଦେଇ ଓଡ଼ିଶା ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ମୁଖ୍ୟ ଆବାସିକ କମିସନର ରବିକାନ୍ତ, ସ୍ବତନ୍ତ୍ର ଆବାସିକ କମିସନର ଦେବଯାନୀ ଚକ୍ରବର୍ତ୍ତୀ ଓ ଆବାସିକ କମିସନରଙ୍କ ସ୍ବତନ୍ତ୍ର ବ୍ୟକ୍ତିଗତ ସଚିବ ଦିଲୀପ ପାଢ଼ୀ ସମ୍ବୋଧନ କରିଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ପ୍ରବାସୀ ଓଡ଼ିଆ, ବୁଦ୍ଧିଜୀବୀ ଓ ସାମାଜିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

Advertisment

publive-image
ସେହିଭଳି ଦିଲ୍ଲୀ ବିଶ୍ବବିଦ୍ୟାଳୟର ଶଙ୍କରଲାଲ ସଭାଗାରରେ ଦିଲ୍ଲୀ ଓଡ଼ିଆ ଛାତ୍ରସଂଘ ପକ୍ଷରୁ ଉତ୍କଳ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଫ୍‌ଏସ୍‌ ଅଧିକାରୀ ଅମରେନ୍ଦ୍ର ଖଟୁଆ, ‘ଦ ଇଣ୍ଟେଲେକ୍ଟ’ର ଅଧ୍ୟକ୍ଷ ଦେବେନ୍ଦ୍ରନାଥ ରାଉତ ଯୋଗଦେଇ ଓଡ଼ିଶା ଦିବସ ପାଳନ ଉପରେ ବକ୍ତବ୍ୟ ରଖିଥିଲେ।