କେନ୍ଦ୍ରକୁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ମାଗିନି ଓଡ଼ିଶା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନିକଟରୁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ପାଇବା ପାଇଁ ଓଡ଼ିଶା ଆବେଦନ କରିନାହିଁ। କେବଳ ଆନ୍ଧ୍ର ପ୍ରଦେଶ, ଗୋଆ, ମଣିପୁର ଏବଂ ନାଗାଲାଣ୍ଡ୍‌ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ଆଜି ଲୋକସଭାରେ ବିଜେଡି ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏ ସମ୍ପର୍କରେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି, ଆନ୍ଧ୍ର ପ୍ରଦେଶ ସରକାର ସ୍ୱତନ୍ତ୍ର ବିକାଶ ଅଧୀନରେ ରାଜ୍ୟର ପଛୁଆ ଅଞ୍ଚଳ ପାଇଁ ୭୦୦କୋଟି ଟଙ୍କା, ଗୋଆ ରାଜ୍ୟ ସରକାର ପର୍ତ୍ତୃଗିଜ୍ ଶାସନରୁ ମୁକ୍ତିର ହୀରକ ଜୟନ୍ତୀ ଉତ୍ସବ ପାଇଁ ୫୦୦ କୋଟି ଟଙ୍କା, ମଣିପୁର ରାଜ୍ୟ ସରକାର ୧୪, ୫୬୭ କୋଟି ଟଙ୍କା, ନାଗାଲାଣ୍ଡ ରାଜ୍ୟ ସରକାର ୭୦୦ କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଆଇନ ୨୦୧୪ ଅନୁଯାୟୀ ନୀତି ଆୟୋଗର ସୁପାରିଶ କ୍ରମେ ଆନ୍ଧ୍ରପ୍ରଦେଶ ରାଜ୍ୟକୁ ପାଣ୍ଠି ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର