ନୂଆଦିଲ୍ଲୀ : ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ରାଜ୍ୟ ରୂପେ ଓଡ଼ିଶାକୁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ଜାତୀୟ ପୁରସ୍କାରରେ ପୁରସ୍କୃତ କରାଯାଇଛି।
୨୦୧୮-୧୯ରେ ସର୍ବାଧିକ ଚଉଡ଼ା ରାସ୍ତା ନିର୍ମାଣ, ସର୍ବାଧିକ ରାସ୍ତା ନିର୍ମାଣରେ ଗ୍ରୀନ୍ ଟେକ୍ନୋଲୋଜିର ଉପଯୋଗ ଏବଂ ଆସେଟ୍ ମ୍ୟାନେଜମେଣ୍ଟରେ ପୁଞ୍ଜିନିବେଶ ପାଇଁ ମଧ୍ୟ ଓଡ଼ିଶାକୁ ପୁରସ୍କୃତ କରାଯାଇଛି। ଏତଦ୍ବ୍ୟତୀତ କୋରାପୁଟ ଜିଲ୍ଲାକୁ ମନରେଗା ଯୋଜନାର ସଫଳ କ୍ରିୟାନ୍ବୟନ ପାଇଁ ଜାତୀୟ ସ୍ତରରେ ପୁରସ୍କୃତ କରାଯିବା ସହିତ ସମ୍ବଲପୁର ଜିଲ୍ଲାର ଜୁଜୁମରା ଗ୍ରାମପଞ୍ଚାୟତର ସରପଞ୍ଚ ଗୋବର୍ଦ୍ଧନ ବଦମାଲଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। ଗତକାଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓଡ଼ିଶା ସମେତ ଦେଶର ୨୬୬ ଜଣଙ୍କୁ ଗ୍ରାମ୍ୟ ବିକାଶ କ୍ଷେତ୍ରରେ ବିଭିନ୍ନ ଉପଲବ୍ଧି ପାଇଁ ଜାତୀୟ ପୁରସ୍କାରରେ ପୁରସ୍କୃତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/dwprc-zmvjq.jpg)