ନାଗାଲ୍ୟାଣ୍ଡ୍‌ରେ ହାରିଲେ ଓଡ଼ିଶା ରାଜ୍ୟପାଳଙ୍କ ପୁଅ

କୋହିମା: ଓଡ଼ିଶା ରାଜ୍ୟପାଳ ଏସ୍‌.ସି. ଜମିରଙ୍କ ପୁଅ ତଥା ନାଗା ପିପୁଲ୍ସ ଫ୍ରଣ୍ଟ(ଏନ୍‌ପିଏଫ୍‌) ନେତା ସି.ଅପୋକ୍‌ ଜମିର ନାଗାଲ୍ୟାଣ୍ଡ୍‌ର ମୋକୋଚୁଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପରାଜିତ ହୋଇଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦୀ ଏନ୍‌ଡିିପିପି ପ୍ରାର୍ଥୀ ମେଷ୍ଟୁବୋ ଜମିରଙ୍କଠାରୁ ସେ ପରାଜିତ ହୋଇଥିବା ଜଣାପଡ଼ିଛି । ମୋକୋଚୁଙ୍ଗ ନିର୍ବାଚନ ମଣ୍ଡଳୀରୁ ପୂର୍ବରୁ ଦୁଇଥର ବିଜୟୀ ହୋଇଥିବା ଅପୋକ୍‌ ଜମିର କଂଗ୍ରେସ ଛାଡ଼ି ନିକଟରେ ଏନ୍‌ପିଏଫ୍‌ରେ ଯୋଗ ଦେଇ ପ୍ରାର୍ଥୀ ହୋଇଥିଲେ। ଉଲ୍ଲେଖଯୋଗ୍ୟ , ୨୦୧୩ ମସିହାରେ ରାଜ୍ୟରେ ଏନ୍‌ପିଏଫ୍‌ ଦଳ ୩୮ଟି ଆସନ ଦଖଲ କରିଥିବା ବେଳେ ଚଳିତ ନିର୍ବାଚନରେ ୨୯ଟି ଆସନରେ ବିଜୟୀ ହୋଇଛି।

ସମ୍ବନ୍ଧିତ ଖବର