ଭୁବନେଶ୍ବର : ଓଡ଼ିଶାରେ ଅଛନ୍ତି ମାଳ ମାଳ ବୁଲା କୁକୁର। ସଂଖ୍ୟା ଏତେ ଅଧିକ ଯେ ଦେଶରେ ଏହି ହେଉଛି ଦ୍ବିତୀୟ ସର୍ବାଧିକ। ଉତ୍ତର ପ୍ରଦେଶରେ ସର୍ବାଧିକ ୨୦.୫୯ ଲକ୍ଷ ବୁଲା କୁକୁର ଥିବା ବେଳେ ଓଡ଼ିଶାରେ ୧୭.୩୪ ଲକ୍ଷ ଅଛନ୍ତି। ଉଦ୍ବେଗର ବିଷୟ ହେଉଛି ଯେ ୨୦୧୨ ମସିହାରେ ଓଡ଼ିଶାରେ ବୁଲା କୁକୁରଙ୍କ ସଂଖ୍ୟା ୮.୬୨ ଲକ୍ଷ ଥିବା ବେଳେ ୨୦୧୯ ବେଳକୁ ଏହା କମିବା ବଦଳରେ ଶତ ପ୍ରତିଶତ ବୃଦ୍ଧି ପାଇଛି। ସଂସଦରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମତ୍ସ୍ୟ ଓ ପଶୁସଂପଦ ମନ୍ତ୍ରୀ ପରୋଷତ୍ତମ ରୁପାଲା।
Image Courtesy of The Times of Indiaଓଡ଼ିଶାକୁ ବାଦ୍ ଦେଲେ ମହାରାଷ୍ଟ୍ରରେ ୧୨.୭୬ଲକ୍ଷ, ରାଜସ୍ଥାନରେ ୧୨.୭୫ଲକ୍ଷ, କର୍ଣ୍ଣାଟକରେ ୧୧.୪୧ଲକ୍ଷ, ପଶ୍ଚିମବଙ୍ଗରେ ୧୧.୪୦ଲକ୍ଷ ଓ ମଧ୍ୟପ୍ରଦେଶରେ ବୁଲା କୁକୁରଙ୍କ ସଂଖ୍ୟା ୧୦.୦୯ଲକ୍ଷ ରହିଛି। ଦେଶରେ ବର୍ତମାନ ୧୫୩.୦୯ଲକ୍ଷ ବୁଲା କୁକୁର ଥିବା ବେଳେ ୨୦୧୨ ମସିହାରେ ଏହା ୧୭୧.୩୮ଲକ୍ଷ ରହିଥିଲା। ରାଜଧାନୀ ସମେତ ରାଜ୍ୟରେ ବୁଲା କୁକୁରଙ୍କୁ ନିୟନ୍ତ୍ରଣ କରିବା ଲାଗି ବନ୍ଧ୍ୟାକରଣ କରାଯାଉଛି। ଏଥିପାଇଁ ବର୍ଷକୁ ୨କୋଟିରୁ ଅଧିକ ଟଙ୍କା ଖର୍ଚ ହେଉଛି। ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗ ବା ଏଫ୍ଏଆରଡି ଅଧୀନରେ ପଶୁମାନଙ୍କ ବନ୍ଧ୍ୟାକରଣ ବା ଏବିସି ପାଇଁ ପଦକ୍ଷେପ ନିଆଯାଉଛି। ମାତ୍ର ଓଡ଼ିଶାରେ ବନ୍ଧ୍ୟାକରଣ ଦିଗହୀନ ହୋଇ ପଡ଼ିଛି।
ରାଜ୍ୟରେ ପ୍ରତିବର୍ଷ ଯେତିକି ସଂଖ୍ୟକ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରାଯିବ କଥା ତାହା ହୋଇପାରୁ ନାହିଁ। ପ୍ରତି ବର୍ଷ ବନ୍ଧ୍ୟାକରଣ ପାଇଁ ଧାର୍ଯ୍ୟ କରାଯାଉଥିବା ସଂଖ୍ୟାର ଅତିକମ୍ରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ବୁଲା କୁକୁରଙ୍କୁ ଅସ୍ତ୍ରୋପଚାର କରାଗଲେ ଏହି ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବ। ମାତ୍ର ରାଜ୍ୟରେ ବନ୍ଧ୍ୟାକରଣ ୧୦ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରୁଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/dogs.jpg)