ତ୍ବରିତ ଶୁଣାଣି ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ଓଡ଼ିଶା ହାଇକୋର୍ଟ ସୁପ୍ରିମ କୋର୍ଟରେ ଦାଖଲ କଲା

ନୂଆଦିଲ୍ଲୀ : ବର୍ଷ ବର୍ଷ ଧରି ଶୁଣାଣି ହୋଇ ପାରି ପଡ଼ି ରହିଥିବା କ୍ରିମିନାଲ ଅପିଲ ପିଟିସନଗୁଡ଼ିକର ତ୍ବରିତ ଶୁଣାଣି ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ଓଡ଼ିଶା ହାଇକୋର୍ଟ ସୁପ୍ରିମ କୋର୍ଟରେ ଦାଖଲ କରିଛନ୍ତି। ଗତ ମାସ ତୃତୀୟ ସପ୍ତାହରେ ସୁପ୍ରିମକୋର୍ଟର ବିଚାରପତି ଏଲ୍‌. ନାଗେଶ୍ବର ରାଓ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଦେଶର ବିଭିନ୍ନ ହାଇକୋର୍ଟରେ ବିଗତ ୩୦ ବର୍ଷ ଧରି କ୍ରିମିନାଲ ଅପିଲ ପିଟିସନଗୁଡ଼ିକର ଶୁଣାଣି ହୋଇ ପାରି ନଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ। ଓଡ଼ିଶା ହାଇକୋର୍ଟ ସମେତ ଅନ୍ୟାନ୍ୟ ହାଇକୋର୍ଟମାନଙ୍କୁ ମାମଲାଗୁଡ଼ିକର ତ୍ବରିତ ବିଚାର ପାଇଁ ଅକ୍ସନ ପ୍ଲାନ ପ୍ରସ୍ତୁତ କରି ପଠାଇବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର