ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୫ ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ କଲେଜିୟମ୍ ଆଜି ବିଭିନ୍ନ ହାଇକୋର୍ଟରେ ଅବସ୍ଥାପିତ ୮ ଜଣ ବିଚାରପତିଙ୍କ ବଦଳି ଲାଗି ସୁପାରିସ କରିଛନ୍ତି। ଏହି କ୍ରମରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଇନ୍ଦ୍ରଜିତ୍ ମହାନ୍ତିଙ୍କୁ ବମ୍ବେ ହାଇକୋର୍ଟକୁ ବଦଳି କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଛି । ଏଥିସହ ମାଡ୍ରାସ ହାଇକୋର୍ଟରେ କାର୍ଯ୍ୟରତ ଜଷ୍ଟିସ ଶତୃଘ୍ନ ପୂଜାରୀକୁ ଓଡ଼ିଶା ହାଇକୋର୍ଟକୁ ଫେରାଇ ଆଣିବାକୁ ସୁପାରିସ କରିଛନ୍ତି କଲେଜିୟମ୍।
ବୁଧବାର ସୁପ୍ରିମକୋର୍ଟ ମୁଖ୍ୟବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ୍ ମଦନ ବି ଲକୁର, ଜଷ୍ଟିସ୍ କୁରିୟନ୍ ଯୋଶେଫ, ଜଷ୍ଟିସ୍ ଏ.କେ.ସିକ୍ରି ଓ ଜଷ୍ଟିସ୍ ଏସ୍. ଏଫ୍. ବବଦେଙ୍କୁ ନେଇ ଗଠିତ କଲେଜିୟମ୍ ବୈଠକରେ ଉପରୋକ୍ତ ବଦଳି ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ବିଚାରପତି ଜଷ୍ଟିସ ସୁଜିତ ନାରାୟଣ ପ୍ରସାଦଙ୍କ ବଦଳି ଝାଡଖଣ୍ଡ ହାଇକୋର୍ଟକୁ କରାଯିବା ଲାଗି ମଧ୍ୟ କଲେଜିୟମ୍ ପକ୍ଷରୁ କେନ୍ଦ୍ର ଆଇନ ମନ୍ତ୍ରାଳୟକୁ ସୁପାରିସ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Presentation1.jpg)