ଓଡ଼ିଶାର ଆଇଏଏସ୍‌ ଓ ଆଇପିଏସ୍‌ ବନ୍ୟା ପ୍ରପୀଡିତଙ୍କ ପାଇଁ ଗୋଟିଏ ଦିନର ଦରମା ଦାନ କରିବେ

ଭୁବନେଶ୍ୱର: ଓଡ଼ିଶାରେ କାର୍ଯ୍ୟରତ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନେ କେରଳର ବନ୍ୟାଦୁର୍ଗତଙ୍କ ସାହାଯ୍ୟର୍ଥେ ନିଜର ଗୋଟିଏ ଦିନର ଦରମା ଦାନ କରିଛନ୍ତି। ଏହି ଅର୍ଥ ସଂଗ୍ରହ ହେବା ପରେ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ପଠାଇ ଦିଆଯିବ। ଏନେଇ ଓଡ଼ିଶା ଆଇଏଏସ୍‌ ଅଫିସର ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ସଂଘର ସଂପାଦକ ବିଶାଲ କୁମାର ଦେବ କହିଛନ୍ତି କି, କେରଳର ବନ୍ୟା ପ୍ରପୀଡିତଙ୍କ ସାହାଯ୍ୟ ଲାଗି ସଂଘର ସଦସ୍ୟମାନଙ୍କ ଉପସ୍ଥିତିରେ ଏକ ସଂକଳ୍ପ ପାରିତ ହୋଇଛି। ଅନ୍ୟପକ୍ଷରେ ରାଜ୍ୟ ଆଇପିଏସ୍‌ ଅଧିକାରୀ ସଂଘ ପକ୍ଷରୁ ମଧ୍ୟ ଗୋଟିଏ ଦିନର ଦରମା ଦାନ ନେଇ ଘୋଷଣା  କରାଯାଇଛି।

ଉଲ୍ଲେଖଯୋଗ୍ୟ କି, କେରଳ ବନ୍ୟାରେ ପ୍ରାୟ ୩୫୦ଲୋକ ପ୍ରାଣ ହରାଇଥିବା ବେଳେ ୨୦,୦୦୦ରୁ ଅଧିକ ଲୋକ ବାସହୀନ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର