ପିଏଫ୍‌ଏମ୍‌ଏସ୍‌ କାର୍ଯ୍ୟକାରିତାରେ ସଫଳ ୬ ରାଜ୍ୟ ମଧ୍ୟରେ ଓଡ଼ିଶା

ଡିବିଟିରେ ଗେମ ଚେଞ୍ଜର ହୋଇଛି ପିଏଫ୍‌ଏମ୍‌ଏସ୍‌: ସିଜିଏ

ନୂଆଦିଲ୍ଲୀ : ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ହିତାଧିକାରୀଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ପ୍ରଦାନ କରାଯାଉଛି। ଉକ୍ତ ଡିବିଟି ପରିଚାଳନାରେ ପବ୍ଲିକ୍‌ ଫାଇନାନ୍ସ ମ୍ୟାନେଜମେଣ୍ଟ୍ ସିଷ୍ଟମ (ପିଏଫ୍‌ଏମ୍‌ଏସ୍‌) ଏକ ଗେମ୍‌ ‌ଚେଞ୍ଜର ପାଲଟିଛି। ଗତ କିଛିବର୍ଷ ମଧ୍ୟରେ ସରକାରୀ ଅର୍ଥ ପରିଚାଳନା ବ୍ୟବସ୍ଥାରେ ଏହା ବିରାଟ ବଡ଼ ପରିବର୍ତ୍ତନ ଆଣିଛି। ବ୍ୟବସ୍ଥାର ସବାତଳେ ଥିବା ଲୋକଙ୍କ ନିକଟରେ ସେବାର ପହଞ୍ଚକୁ ନିଶ୍ଚିତ କରିଛି। ଶାସନ ବ୍ୟବସ୍ଥାକୁ ସରଳ କରିବାରେ ଏହା ମହତ୍ତ୍ବପୂର୍ଣ୍ଣ ଭୂମିକା ନିଭାଇଛି ବୋଲି ସିଜିଏ (କଣ୍ଟ୍ରୋଲର ଜେନେରାଲ ଅଫ୍ ଆକାଉଣ୍ଟ୍‌ସ) ଦୀପକ ଦାସ କହିଛନ୍ତି। ପିଏଫ୍‌ଏମ୍‌ଏସ୍‌ ଉପରେ ଅର୍ଥ ମନ୍ତ୍ରାଳୟ ଅଧୀନ ସିଜିଏସ ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ ଯୋଗଦେଇ ସେ ଏହି ମତ ରଖିଛନ୍ତି। ଦେଶର ୬ଟି ରାଜ୍ୟ ପିଏଫ୍‌ଏମ୍‌ଏସ୍‌କୁ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି। ସେଥିରେ ‌ଓଡ଼ିଶା ଅନ୍ୟତମ ବୋଲି‌ ସେ ସୂଚନା ଦେବା ସହ ରାଜ୍ୟ ସରକାଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି।

କର୍ମଶାଳାରେ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ ଯୋଗଦେଇ ପିଏଫଏମଏସ ସରକାରୀ ଅର୍ଥ ପରିଚାଳନା କ୍ଷେତ୍ରରେ ପିଏଫଏମଏସ ବିଗତ ଦିନଗୁଡ଼ିକରେ ଅନେକ ମାଇଲଖୁଣ୍ଟ ହ୍ରାସ କରିଛି। ଶାସନ ବ୍ୟବସ୍ଥାକୁ ଅଧିକ ଉତ୍ତରଦାୟୀ ଓ ସ୍ବଚ୍ଛ କରିଛି ବୋଲି ସେ ମତ ଦେଇଛନ୍ତି। କର୍ମଶାଳାରେ ବୈଷୟିକ ଅଧିବେଶନ ହୋଇଥିଲା। ଏଥିରେ ବ୍ୟାଙ୍କ ଅଧିକାରୀମାନେ ଯୋଗ ଦେଇଥି‌ଲେ।

ପୂର୍ବରୁ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସିଜିଏ ରିଜିଓନାଲ ଆଉଟରିଚ୍ ବ୍ୟୁରୋ ଭୁବନେଶ୍ବର ପକ୍ଷରୁ ଏକ ପ୍ରଦର୍ଶନୀ ଆୟୋଜନ ହୋଇଥିଲା। ଏଥିରେ ଅତିରିକ୍ତ ସିଜିଏ ଧରିତ୍ରୀ ପଣ୍ଡା, ଯୁଗ୍ମ ସିଜିଏ ଅମିତାଭ ତ୍ରିପାଠୀ, ସଞ୍ଚିତା ଶୁକ୍ଳା, ସହାୟକ ସିଜିଏ ମନିଷ ରାଉତ, ନବନୀତ କୁମାର, ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ, ରିଜିଓନାଲ ଆଉଟରିଚ ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର